ଧରାପୃଷ୍ଠରେ ଧନଦାତ୍ରୀ, ମା’ଙ୍କ ସ୍ବାଗତ ପାଇଁ ସବୁଠି ପ୍ରସ୍ତୁତି

Advertisment

ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କ ଆଗମନରେ ଚାରିଆଡେ ଉତ୍ସାହ ଓ ଉଦ୍ଦୀପନା । ସୁଉଚ୍ଚ ଆଲୋକମାଳାରେ ସଜେଇ ହୋଇଛି ମଣ୍ଡପ । ଢେଙ୍କାନାଳର କେନ୍ଦ୍ରାପଡା ଓ ଅନୁଗୁଳରେ କମ୍ପୁଛି ପୂଜାମଣ୍ଡପ ।  କୁମାର ପୂର୍ଣ୍ଣିମାରେ ଚାନ୍ଦ ପୂଜା କରୁଛନ୍ତି କୁମାରୀ । 

ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କ ଆଗମନରେ ଚାରିଆଡେ ଉତ୍ସାହ ଓ ଉଦ୍ଦୀପନା । ସୁଉଚ୍ଚ ଆଲୋକମାଳାରେ ସଜେଇ ହୋଇଛି ମଣ୍ଡପ । ଢେଙ୍କାନାଳର କେନ୍ଦ୍ରାପଡା ଓ ଅନୁଗୁଳରେ କମ୍ପୁଛି ପୂଜାମଣ୍ଡପ ।  କୁମାର ପୂର୍ଣ୍ଣିମାରେ ଚାନ୍ଦ ପୂଜା କରୁଛନ୍ତି କୁମାରୀ । 

37-Laxmi Puja

କନକ ବ୍ୟୁରୋ: ପୂର୍ବରୁ ପଶ୍ଚିମ...ଉତ୍ତରରୁ ଦକ୍ଷିଣ, ଧନଦାତ୍ରୀ ମା’ ମହାଲକ୍ଷ୍ମୀଙ୍କ ଆଗମନରେ ସବୁଠି ଉତ୍ସାହ ଓ ଉଦ୍ଦୀପନା । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗିନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ବିଭିନ୍ନ ଥିମ୍‌  ଆପଣାଇଛନ୍ତି ପୂଜା କମିଟି । ଢ଼େଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା ଜିଲ୍ଲାରେ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବାରୁ ଏହି ଅଞ୍ଚଳରେ ଧୁମଧାମର ସହ ମାଆଙ୍କ ପୂଜା ଅନୁଷ୍ଠିତ ହେଉଛି । ଘଣ୍ଟଘଣ୍ଟା, ଶଙ୍ଖନାଦ ଓ ହୁଳହୁଳିରେ କମ୍ପୁଛି ପୂଜା ମଣ୍ଡପ । ମାଙ୍କ ଦର୍ଶନ ସହ ଆର୍ଶୀବାଦ ନେବାକୁ ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । 

ସେପଟେ ଆଜି କୁମାର ପୂର୍ଣ୍ଣିମାରେ ଓଷା କରିଛନ୍ତି କୁମାରୀମାନେ । ସକାଳୁ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ କରିଛନ୍ତି ଚାନ୍ଦପୂଜା । ସନ୍ଧ୍ୟାରେ ମାଆ ବୃନ୍ଦାବତୀଙ୍କ ପୂଜାର୍ଚ୍ଚନା କରିଛନ୍ତି ବ୍ରତଧାରୀ । ଚଉରା ମୂଳେ ଜହ୍ମକୁ ଟେକିଛନ୍ତି ଜହ୍ନି ଆଞ୍ଜୁଳି । ଆଶ୍ବୀନ ମାସର ଜହ୍ନି ଓଷା ଶେଷ ହୋଇଛି। ଯାଜପୁର ରସଲପୁର ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ନିଆରା ପରମ୍ପରା । ଜହ୍ନ ଓ କଇଁର ସମ୍ପର୍କକୁ ନେଇ ପାଳନ କରାଯାଇଛି କୋଠି ଉତ୍ସବ । ଆଧୁନିକତାର ସହ ତାଳଦେଇ ସବୁକିଛି ବଦଳୁଥିବା ବେଳେ ଏବେ ବି ଓଡ଼ିଶାର ଗାଁ ଗଣ୍ଡାରେ ବଞ୍ଚିରହିଛି ଐତିହ୍ୟ ସଂସ୍କୃତି ଓ ପରମ୍ପରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe