କନକ ବ୍ୟୁରୋ : ପାର୍ବଣ ପୂର୍ବରୁ କୋଇଡା ଓ କେ ବଲାଙ୍ଗ ପୁଲିସକୁ ବଡ ସଫଳତା । ଗାଡି ଚୋରି ଗ୍ୟାଙ୍ଗର କଲେ ପର୍ଦ୍ଦାଫାସ୍ କରି ୭ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ୩୦ ଟି ବାଇକ୍ ଜବତ୍ ହୋଇଛି । ଗିରଫ ସାତ ଜଣଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ଅଂଚଳର ହୋଇଥିବା ଜଣାପଡ଼ିଛି । ଅନ୍ୟମାନେ ଓଡ଼ିଶାର । ଦୁଇ ବର୍ଷ ହେଲା କୋଇଡା ଏବଂ କେ ବାଲାଙ୍ଗ ଅଞ୍ଚଳରେ ବାଇକ ଚୋରି ବଢ଼ିଚାଲିଥିବା ବେଳେ ଲୁଟର ପର୍ଦ୍ଦାଫାଶ କରିଛି ପୋଲିଛି । ବାଇକ ଚୋରୀ କରିବା ପରେ କେନ୍ଦୁଝରର ଯୋଡା ଏବଂ ଝାଡଖାଣ୍ଡ ଅଞ୍ଚଳରେ ଲୁଚେଇ ରଖି ବିଭିନ୍ନ ଚୋରି ଡକାୟତି କାର୍ୟ୍ୟରେ ନିୟୋଜିତ କରୁଥିଲେ । ବହୁ ଦିନ ଧରି ଚ୍ରାକିଂ କଲା ପରେ ମିଳିତ ଭାବେ କୋଇଡ଼ା ଏବଂ କେ ବଲାଙ୍ଗ ପୁଲିସକୁ ଏହି ସଫଳତା ମିଳିଛି । ଏନେଇ ଆଜି ରାଉରକେଲା ଡିଆଇଜି ତଥା ଆରକ୍ଷୀ ଅଧିକ୍ଷକ ବ୍ରିଜେସ୍ ରାୟ ସାମ୍ବାଦିକ ସମ୍ମିଳନୀ କରି ସମ୍ପୁର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । 

Advertisment