କନକ ବ୍ୟୁରୋ : ସାର ଚୋରା ଚାଲାଣ ହେଉଥିବା ହୋଇଛି ଅଭିଯୋଗ । ଚୋରା ଚାଲାଣ ବେଳେ ଧରିଲେ ଚାଷୀ । ଏକ ପିକଅପ୍ ଗାଡ଼ିରେ ସାର ଲୋଡ୍ ହୋଇ ଯାଉଥିବା ବେଳେ ଧରିଛନ୍ତି ଚାଷୀ । ୟୁରିଆ ସାରକୁ ନେଇ ଚାଷୀ ହଇରାଣ ହେଉଥିବାବେଳେ ବଲାଙ୍ଗିର ଜିଲ୍ଲାର ସଇଁତଳା କୃଷି ସମବାୟ ସମିତିରୁ ସାର ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।
ଚାଷୀଙ୍କ ପାଇଁ ଆସିଥିବା ସାରକୁ ଚାଷୀଙ୍କୁ ଠିକ ଭାବରେ ବଣ୍ଟନ ନକରି ଅନ୍ୟ ଏକ ଗାଡ଼ିରେ ଲୋଡ କରି ନେଉଥିବା ବେଳେ ପେକ୍ସ୍ ଆଗରେ ଧରିଛନ୍ତି ଚାଷୀ । ସଇଁତଳା ପେକ୍ସରେ କୌଣସି ଗୋଦାମ ଘର ନଥିବା ବେଳେ ସାରକୁ ଜାମପଦରରେ ଥିବା ଗୋଦାମକୁ ନିଆଯାଉଥିବା କହିବାରୁ ଚାଷୀଙ୍କ ସନ୍ଦେହ କରି ଗାଡ଼ି ଅଟକ ରଖିଥିଲେ । ତେବେ ସାରକୁ ନେଇ ପେକ୍ସ ସମ୍ପାଦକ ମୁଁହ ଖୋଲୁ ନଥିବାର ଚାଷୀ ଅଭିଯୋଗ କରୁଛନ୍ତି । ପୂର୍ବରୁ ମଧ୍ୟ ଏହି ପେକ୍ସରେ ଏକ୍ସପାରୀ ଡେଟ ଯାଇଥିବା ନାନୋ ୟୁରିଆ ସାର ବିକ୍ରି ହୋଇଥିଲା । ତେବେ ପ୍ରଶାସନ ଏନେଇ ଦୃଷ୍ଟି ଦେବାକୁ ଚାଷୀ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/27/8-2025-09-27-17-12-06.jpg)