କନକ ବ୍ୟୁରୋ : ସାର ପାଇଁ ସଂଗ୍ରାମ । ଖରିପ ରୁତୁରେ ମିଳୁନି ସାର । ମାଲାକନଗିରି ଜିଲ୍ଲାରେ ସାରର କୃତ୍ରୀମ ଅଭାବ । ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଚାଷୀ । ରାଜ୍ୟରେ ବିଭିନ୍ନ ଜିଲ୍ଲା ପରେ ଏବେ ମାଲକାନଗିରି ଜିଲ୍ଲାରୁ ଆସିଛି ସାର ପାଇଁ ଚାଷୀଙ୍କ ସଂଗ୍ରାମର ଖବର । ଜିଲ୍ଲାରେ ଧାନ ତଳି ଏବେ ଜମି ଉପରକୁ ଉଠିଲାଣି । ଅନେକ ସ୍ଥାନରେ ଧାନ ରୋଇବା କାମ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ତେବେ ସଠିକ ସମୟରେ ସାର ନ ମିଳିବାରୁ ଚାଷୀ କୁଳ ହଇରାଣ ହୋଉ ଥିବା ଦେଖିବାକୁ ମିଳିଛି । ଚାଷୀଙ୍କୁ ଅଡୁଆ ସାପ୍ତାହିକ ସାର ବଣ୍ଟନ ନୀତି । ବିଶେଷ କରି ସପ୍ତାହକୁ ଥରେ ଲ୍ୟାମ୍ପରେ ସାର ଦେବା ନିୟମ ଯୋଗୁ ଚାଷୀ ହଇରାଣ ହୋଉ ଥିବା ଦେଖିବାକୁ ମିଳିଛି । କର୍ମଚାରୀ ଅଭାବ ଦର୍ଶାଇ ପ୍ରତି ସୋମବାର ଦିନ ମାଲକାନଗିରି ଲ୍ୟାମ୍ପ୍ସ ରେ ସାର ପ୍ରଦାନ କରା ଯାଉ ଥିବା ଜଣା ପଡିଛି । ତେବେ ପ୍ରତି ସୋମବାର ଲ୍ୟାମ୍ପରେ ସାର ପାଇବାକୁ ଦୌଡି ଦୌଡି ନୟାନ୍ତ  ହୋଇ ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ମାଲକାନଗିରି ବ୍ଲକର ୭ ଗ୍ରାମ ପଂଚାୟତର ଚାଷୀ ।