ଥମୁନି ସାର ସଙ୍କଟ, ରାତି ଅନିଦ୍ରା ହୋଇ ଅପେକ୍ଷା କରୁଛନ୍ତି ଚାଷୀ

ବୌଦ୍ଧରେ ସାର ପାଇଁ ରାତି ଅନିଦ୍ରା । କୋରାପୁଟ ନାରାୟଣପାଟଣା ବ୍ଲକରେ ବି ସମାନ ଅବସ୍ଥା । ପ୍ୟାକ୍ସ ଆଗରେ ମଧ୍ୟ ରାତ୍ରିରେ ଚାଷୀଙ୍କ ପ୍ରବଳ ଭିଡ଼ । କିଏ ପାଚେରି ଉପରେ ତ କିଏ ଗେଟ୍ ଆଗରେ ଜଗିଛି । 

28-Fertilizer

କନକ ବ୍ୟୁରୋ: ସାର ପାଇଁ ଚାଷୀଙ୍କ ପ୍ରବଳ ଗହଳି ।  କୋରାପୁଟ ନାରାୟଣପାଟଣା ବ୍ଲକରେ ଥିବା ଲାମ୍ପ୍ସ୍ ସମ୍ମୁଖରେ ସାର ପାଇଁ ପ୍ରବଳ ଭିଡ଼ ଜମାଇଥିଲେ ଚାଷୀ । ଗତକାଲି ଲାମ୍ପସକୁ ୧୨୦୦ ବସ୍ତା ସାର ଚାଷୀଙ୍କ ପାଇଁ ପହଞ୍ଚିଥିଲା । ସାର ଆସିଥିବା ଖବର ଜାଣିବା ପରେ ପ୍ରାୟ ତିନି ହଜାରରୁ ଅଧିକ ଚାଷୀ ଲାମ୍ପ୍ସ ସମ୍ମୁଖରେ ସାର ନେବା ପାଇଁ ଗହଳି ଜମାଇଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ନାରାୟଣପାଟଣା ଲାମ୍ପସ୍ ପାଖରେ ପୁଲିସ ମୁତୟନ କରାଯାଇଛି । ଆବଶ୍ୟକ ପରିମାଣର ସାର ଲାମ୍ପସରେ ଆସିନଥିବା କାରଣରୁ ଚାଷୀମାନେ ସାର ପାଇଁଗହଳି କରିଛନ୍ତି । ବୌଦ୍ଧରେ ବି ସାର ପାଇଁ ଚାଷୀଙ୍କୁ ରାତି ଅନିଦ୍ରା ହେବାକୁ ପଡ଼ିଛି । ପ୍ୟାକ୍ସ ଆଗରେ ମଧ୍ୟ ରାତ୍ରିରେ ଚାଷୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ୟୁରିଆ ସାର ପାଇଁ କିଏ ପାଚେରି ଉପରେ ତ କିଏ ଗେଟ୍ ଆଗରେ ଜଗିଛି । ଏବେ ଧାନ ବଢ଼ୁଥିବା ବେଳେ ୟୁରିଆ ସାରର ଆବଶ୍ୟକତା ରହିଛି । ହେଲେ ବିଭିନ୍ନ ସ୍ଥାନରୁ ସାର ଅଭାବର ଚିତ୍ର ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe