କନକ ବ୍ୟୁରୋ : ରାଜ୍ୟରେ ସାର ଅଭାବ ପ୍ରସଙ୍ଗ, ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ । ଶୀଘ୍ର ସମସ୍ୟାର ସମାଧାନ ନହେଲେ ପ୍ରତି ବ୍ଲକରେ ଆନ୍ଦୋଳନ ପାଇଁ ବିଜେଡିର ଚେତାବନୀ । ସାର ଅଭାବକୁ ନେଇ ରାଜ୍ୟର ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାର ଯୋଗାଣକୁ ବ୍ୟବସ୍ଥିତ କରିବା ଓ ସାରର କଳାବଜାରୀ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସାରର ନିଅଣ୍ଟ ସ୍ଥିତି ଯୋଗୁ କୃଷକମାନେ ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଉଛନ୍ତି । ଏଭଳି ସ୍ଥିତିକୁ ସହ୍ୟ କରାଯିବ ନାହିଁ, ବିଜୁ ଜନତା ଦଳ ଚାଷୀଙ୍କ ସହ ରହିଥିବା ବେଳେ ଚାଷୀଙ୍କ ହକ୍ ପାଇଁ ଲଢ଼େଇ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ରାଜ୍ୟରେ ସାର ଅଭାବ ପ୍ରସଙ୍ଗ : ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜେଡି
ଶୀଘ୍ର ସମସ୍ୟାର ସମାଧାନ ନହେଲେ ପ୍ରତି ବ୍ଲକରେ ଆନ୍ଦୋଳନ ପାଇଁ ବିଜେଡିର ଚେତାବନୀ । ସାର ଅଭାବକୁ ନେଇ ରାଜ୍ୟର ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
/kanak/media/media_files/2025/09/15/bjd-2025-09-15-08-01-49.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)