କନକ ବ୍ୟୁରୋ : ସାର ଅଭାବ ଦୁଃଖ ନସରୁଣୁ ଚାଷୀଙ୍କ ମୁଣ୍ଡ ଉପରେ ଚିନାବାଦାମ ବିକ୍ରି ଦୁଃଖ । ମଣ୍ଡିରେ ବିକ୍ରି କରାଯାଇଥିବା ଚିନାବାଦାମ ବିକ୍ରି ଟଙ୍କା ମିଳୁନଥିବାରୁ ଲ୍ୟାମ୍ପସରେ ତାଲା ପକାଇଛନ୍ତି ଚାଷୀ । କୋରାପୁଟ ବୈପାରିଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏବର୍ଷ ଅନେକ ଚାଷୀ ଚିନାବାଦାମ ଚାଷ କରିଥିଲେ । ଅମଳ ପରେ ମଣ୍ଡିରେ ବିକ୍ରି ବି ହୋଇଥିଲା । ୩ ମାସ ବିତିଗଲାଣି, ହେଲେ ୩୦୦ରୁ ଅଧିକ ଚାଷୀ ସେମାନଙ୍କ ଚିନାବାଦାମ ଟଙ୍କା ପାଇନାହାନ୍ତି । ଯାହାକୁ ନେଇ ଆଜି ବୈପାରିଗୁଡା ଲ୍ୟାମ୍ପସରେ ତାଲା ପକାଇଛନ୍ତି । ଏ ବାବଦରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଚାଷୀମାନେ ଅଭିଯୋଗ କରିଥିଲେ । ତଥାପି ଟଙ୍କା ମିଳିନଥିଲା। ଶେଷରେ ଲ୍ୟାମ୍ପସରେ ତାଲା ପକାଇଛନ୍ତି ।