କନକ ବ୍ୟୁରୋ: ସରୁନି ସାର ସମସ୍ୟା । ୟୁରିଆ ସାର ପାଇଁ ରାତି ଅନିଦ୍ରା ଚାଷୀ । ରାତି ୩ଟାରୁ ଆଧାର କାର୍ଡ ଧରି ଧାଡିରେ ଠିଆ ହୋଇଛନ୍ତି ଚାଷୀ । କଟକ ନିଆଳି ତହସିଲ ଅନ୍ତର୍ଗତ ମାଧବ ପଂଚାୟତରେ ଥିବା ମାଧବ ପ୍ରାଥମିକ କୃଷି ସମବାୟ ସମିତିରୁ ଆସିଛି ଏଭଳି ଘଟଣା । ସମବାୟ ସମିତିକୁ ୨୦୦ ବସ୍ତା ୟୁରିଆ ସାର ଆସିଥିବାବେଳେ ସାର ନେବା ପାଇଁ ରୁଣ୍ଡ ହୋଇଛନ୍ତି ୬୦୦ରୁ ଅଧିକ ଚାଷୀ । ଫଳରେ ସମବାୟ ସମିତି ଆଗରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଛି ।

Advertisment