ସରୁନି ସାର ସମସ୍ୟା: ରାୟଗଡ଼ାରେ ବଢୁଛି କଳାବଜାରୀ

ସାର ଥାଇ ବି ମିଳୁନି ଚାଷୀଙ୍କୁ  । ବିଭିନ୍ନ ଲ୍ୟାମ୍ପସ୍‌ ପାଇଁ ମାର୍କଫେଡ୍ ସଂସ୍ଥାକୁ ଆସିଥିବା ସାରର ପରିମାଣ। ପ୍ରଥମ କିସ୍ତିରେ ସମୁଦାୟ ୧୩, ୪୨୯ଟି ବ୍ୟାଗରେ ୬୦୪.୩୦୫ ମେଟ୍ରିକ ଟନ୍ ସାର ଆସିଥିଲା। ହେଲେ ଏହା ଲ୍ୟାମ୍ପସ୍‌କୁ ଦିଆଯାଇନାହିଁ । ଫଳରେ ଚାଷୀ ସାର ପାଉନାହାନ୍ତି ।

13

Photograph: (kanak news)

କନକ ବ୍ୟୁରୋ: ରାୟଗଡ଼ାରେ ସାର ଅଛି ହେଲେ ଲ୍ୟାମ୍ପସ୍‌ରେ ଚାଷୀକୁ ମିଳୁନି। ଫଳରେ ଚାଷୀ ବାହାରୁ ଧାର୍ଯ୍ୟ ଦାମ୍‌ ଠାରୁ ଅଧିକ ଦର ଦେଇ ସାର କିଣୁଛି। ମାର୍କଫେଡ୍‌କୁ ଆସିଥିବା ୟୁରିଆ ସାରର ପତ୍ତା ମିଳୁନି, ଯାହାର ତଦନ୍ତ ଦାବି ହୋଇଛି ।

ସାର ଥାଇ ବି ମିଳୁନି ଚାଷୀଙ୍କୁ  । ବିଭିନ୍ନ ଲ୍ୟାମ୍ପସ୍‌ ପାଇଁ ମାର୍କଫେଡ୍ ସଂସ୍ଥାକୁ ଆସିଥିବା ସାରର ପରିମାଣ। ପ୍ରଥମ କିସ୍ତିରେ ସମୁଦାୟ ୧୩, ୪୨୯ଟି ବ୍ୟାଗରେ ୬୦୪.୩୦୫ ମେଟ୍ରିକ ଟନ୍ ସାର ଆସିଥିଲା। ହେଲେ ଏହା ଲ୍ୟାମ୍ପସ୍‌କୁ ଦିଆଯାଇନାହିଁ। ଫଳରେ ଚାଷୀ ସାର ପାଉନାହାନ୍ତି। ଏନେଇ ମାର୍କଫେଡ୍‌ର ଏରିଆ ମ୍ୟାନେଜର୍‌କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ କି ସାର ଗଚ୍ଛିତ ସ୍ଥାନ ଦେଖାଇପାରିନଥିବା ଅଭିଯୋଗ ଆସିଛି, ଯାହାର ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।  ଅନ୍ୟପଟେ ଲ୍ୟାମ୍ପସ୍‌ରେ ଇ-କେୱାଇସି ହୋଇପାରୁନଥିବାରୁ ସାର ମିଳୁନି। ଯାହାର ଫାଇଦା ନେଇ କିଛି ଅସାଧୁ ବ୍ୟବସାୟୀ ଚଢ଼ାଦରରେ ସାର ବିକ୍ରି କରୁଥିବା ଅଭିଯୋଗ ଆସୁଛି। 

କୃଷି ବିଭାଗର ତଥ୍ୟ ଅନୁଯାୟୀ,
ଜିଲ୍ଲାରେ ରହିଛି ସମୁଦାୟ ୧୪ଟି ଲ୍ୟାମ୍ପ, ୨୦ଟି ଡିଲର୍‌ ଓ ୧୩୪ଟି ଖୁଚୁରା ଦୋକାନ
ଜିଲ୍ଲାକୁ ୩୨, ୨୫୦ ମେଟ୍ରିକ୍‌ ଟନ୍ ସାର ଆବଶ୍ୟକ
ହେଲେ ମିଳିଛି ୨୫୮୯୬. ୩୭ ମେଟ୍ରିକ ଟନ୍ ୟୁରିଆ
ସେଥିରୁ ପାଖାପାଖି ୫୬୦୦ ମେଟ୍ରିକ ଟନ୍ ୧୪ଟି ଲ୍ୟାମ୍ପସ୍‌କୁ ଦିଆଯାଇଛି

ପୋର୍ଟାଲରେ ଅସୁବିଧା ଯୋଗୁଁ ସମସ୍ୟା ହେଉଛି। ଆଗକୁ ସାର ଆସିଲେ ଚାଷୀଙ୍କୁ କିପରି ସୁବିଧାରେ ଯୋଗାଇ ଦିଆଯିବ ସେ ଦିଗରେ ଧ୍ୟାନ ଦିଆଯିବା ନେଇ କହିଛନ୍ତି ଜିଲ୍ଲାପାଳ । ସାରର କୃତ୍ରିମ ଅଭାବର ଖୁବଶୀଘ୍ର ସମାଧାନ ପାଇଁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe