କନକ ବ୍ୟୁରୋ : ଥମୁନି ସାର ସଂକଟ । ସବୁଠି ସାର କଳାବଜାରୀ ଅଭିଯୋଗ । ବରଗଡ଼ ଜିଲ୍ଲାରେ ସାର କଳାବଜାରୀ ଯୋଗୁଁ ପ୍ରଭାବିତ ହୋଇଛି ଚାଷ । ବରଗଡ଼ ଜିଲ୍ଲାରେ ରାସାୟନିକ ସାର ଡିଏପି ପରେ ଏବେ ୟୁରିୟା ସାର ସଙ୍କଟ ଏବଂ କଳାବଜାରୀ ଫଳରେ ଚାଷ ପ୍ରଭାବିତ ହେଉଛି । କଳାହାଣ୍ଡିରେ ସାର ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଲୋକମାନେ ସାର ପାଇଁ ରାତିରୁ ଲାଇନ୍ ଲଗାଇଛନ୍ତି । ସେହିପରି ସୋନପୁର ଜିଲ୍ଲାରେ ଚାଷୀ ମାନେ ରାସ୍ତାରୋକ କରିଛନ୍ତି ।

Advertisment

ସେପଟେ ଲ୍ୟାମ୍ପସରେ ସାର ଦୁର୍ନୀତି । ଖୋଲୁଛି ଦୁର୍ନୀତିର ଲମ୍ବା ତାଲିକା । ମାଲକାନଗିରି ମାଥିଲି ସଦରରେ ବିଭିନ୍ନ ଅନିୟମିତତା ଏବଂ ସାର ଦୁର୍ନୀତି ଉପରେ ତଦନ୍ତ କରିବ ସମବାୟ ବିଭାଗ । ଆଜି ମାଥିଲି କେସିସି ବ୍ୟାଙ୍କ ଅଧିକାରୀ ମନୋଜ କୁମାର ମଣ୍ତଳ ସାର ତଦନ୍ତ କରିଛନ୍ତି । ଲ୍ୟାମ୍ପସର ସଭାପତିଙ୍କ ସ୍ୱାମୀ ତଥା ଡାଇରେକ୍ଟର ଏବଂ ଉପ ସଭାପତିଙ୍କ ସ୍ୱାମୀ ଡାଇରେକ୍ଟର ଆଗୁଆ ୟୁରିଆ ସାର ବକେୟା ନେଇଥିବା ଘଟଣାର ତଦନ୍ତ ହୋଇଛି । ଏପଟେ ମାଥିଲି ୫ ହଜାର ୪ ଶହ ୧୫ କୁଇଣ୍ଟାଲ ସାର ଦିଆଯାଇଛି । କିନ୍ତୁ ବ୍ୟାଙ୍କରେ ଗତବର୍ଷର ସିସି ଅର୍ଥ ୧୭ ଲକ୍ଷ ଏବଂ ଚଳିତ ବର୍ଷ ୩୧ ଲକ୍ଷ ଟଙ୍କା ଲ୍ୟାମ୍ପସର ବକେୟା ଥିବା ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି ।