କନକ ବ୍ୟୁରୋ: ସାରର ଅଭାବ ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ସମବାୟ ସମିତିରେ ସାର ପାଇଁ ଚାଷୀଙ୍କ ଲମ୍ୱା ଲାଇନ ଲାଗୁଛି । ଦିନ ରାତି ଅପେକ୍ଷା କରିବା ପରେ ବି ସାର ନପାଇ ନିରାଶାରେ ଘରକୁ ଫେରୁଛନ୍ତି। ଦାବି କଲେ ମଧ୍ୟ ଆବଶ୍ୟକତା ଅନୁସାରେ ୟୁରିଆ ସାର ମିଳିପାରୁ ନାହିଁ ।
ଯେତିକି ସାର ଲ୍ୟାମ୍ପସ୍କୁ ଆସୁଛି ତାହା ପର୍ଯ୍ୟାପ୍ତ ନୁହେଁ । ତେଣୁ କାହାକୁ ସାର ମିଳୁଛି ତ’ ଆଉ କାହାକୁ ମିଳୁନି । ଅନେକ ସ୍ଥାନରେ ଲ୍ୟାମ୍ପସ୍କୁ ସାର ନଆସି ବେସରକାରୀ ଡିଲର୍ଙ୍କୁ ସାର ଦିଆଯାଉଥିବା ଅଭିଯୋଗ ଆସୁଛି । ଏ ସବୁ ଭିତରେ ଚାଷୀ କେବେ ସାର ପାଇବ ଆଉ ଚାଷରେ ବ୍ୟବହାର କରିବା ତାହା ଚିନ୍ତାର କାରଣ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/08/fertilizer-2025-09-08-17-53-25.jpg)