କନକ ବ୍ୟୁରୋ: ବୌଦ୍ଧ ସମବାୟ ସମିତିରେ ପର୍ଯ୍ୟାପ୍ତ ପରିମାଣର ସାର ମିଳୁନାହିଁ । ଯାହାର ଫାଇଦା ନେଉଛନ୍ତି କିଛି ଲାଭଖୋର ବ୍ୟବସାୟୀ । ସରକାରଙ୍କ ଧାର୍ଯ୍ୟ ମୂଲ୍ ଠାରୁ ୨ରୁ ୩ ଗୁଣ ଅଧିକ ଦରରେ ସାର ବିକ୍ରି ହେଉଛି ।
ଜିଲ୍ଲାରେ ସାର କଳାବଜାରୀ ବଢ଼ୁଥିବା ଅଭିଯୋଗ । ସମବାୟ ସମିତିରେ ସାର ମହଜୁଦ ଥିବା ସତ୍ତ୍ବେ କାହିଁକି ଚାଷୀକୁ ସାର ମିଳୁନି? ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସରକାରୀ ତଥ୍ୟ ଅନୁଯାୟୀ, ଜିଲ୍ଲାରେ ୫୫୦୦ମେଟ୍ରିକ ଟନ୍ ୟୁରିଆ ଆବଶ୍ୟକ ଅଛି, ବର୍ତ୍ତମାନ ସୁଦ୍ଧା ପହଞ୍ଚିଛି ୩୭୯୮ମେଟ୍ରିକ ଟନ୍ ।
ବିଡ଼ମ୍ବନାର ବିଷୟ ଯେ ଜିଲ୍ଲାରେ ପର୍ଯ୍ୟାପ୍ତ ସାର ମହଜୁଦ ରହିବା ସତ୍ତ୍ବେ ସମବାୟ ସମିତିକୁ ସାର ଆସୁନି। ଫଳରେ ୨୬୬ଟଙ୍କାର ସାର ପ୍ୟାକେଟ୍କୁ ବାହାରୁ ୫୦୦ ରୁ ୮୦୦ ଟଙ୍କା ଦେଇ କିଣୁଛନ୍ତି ଚାଷୀ! ଅନ୍ୟପଟେ ଅଭିଯୋଗ ହେଲେ ସାର କଳାବ୍ୟବସାୟର ତଦନ୍ତ ହେବ ବୋଲି କହିଛନ୍ତି ଜିଲ୍ଲା ସହକାରୀ କୃଷି ଅଧିକାରୀ ।
ଅସାଧୁ ଡିଲର୍ କୃଷିବିଭାଗକୁ ଗୋଦାମରେ ସାର କମ ଥିବା ଦର୍ଶାଇ ସାରକୁ ଚଢା ଦରରେ ଗଞ୍ଜେଇ ଓ କପା ଚାଷୀଙ୍କୁ ବିକ୍ରି କରୁଥିବା ଅଭିଯୋଗ ଆସୁଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହ ଚାଷୀକୁ ସାର ଯୋଗାଇଦେବାକୁ ହୋଇଛି ଦାବି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/04/boudh-2025-09-04-18-10-17.jpg)