କନକ ବ୍ୟୁରୋ : ଚନ୍ଦ୍ରଭାଗାରେ ଭାସିଗଲେ ପର୍ଯ୍ୟଟକ । ସମୁଦ୍ରରେ ଗାଧୋଇବା ବେଳେ ମହିଳା ପର୍ଯ୍ୟଟକ ଜଣକ ଭାସିଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗୁରୁତର ଅବସ୍ଥାରେ ମହିଳା ପର୍ଯ୍ୟଟକଙ୍କୁ କୋଣାର୍କ ଅଗ୍ନିଶମ ବିଭାଗ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ମହିଳା ଜଣକ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି । ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ପର୍ଯ୍ୟଟକ ଜଣକ ନିଜ ପରିବାର ସହ ବୁଲିବାକୁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା ।