କନକବ୍ୟୁରୋ: କଟକ ଜନନୀ ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମହିଳା ରୋଗୀଙ୍କ ମଳଦ୍ବାର ନଳୀ କାଟିବା ଘଟଣାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ତଦନ୍ତ ଆରମ୍ଭ । ହସ୍ପିଟାଲରେ ପହଞ୍ଚି ଯାଞ୍ଚ କରିଛନ୍ତି ଏଡିଏମ୍ଓ ଏବଂ ଡିଲିଂ କ୍ଲର୍କ । ମଙ୍ଗଳାବାଗ ଥାନା ଅଧିକାରୀଙ୍କ ସହାୟତାରେ ଉଭୟ ଅଧିକାରୀ ଆବଶ୍ୟକ କାଗଜପତ୍ର ସହ ଭିତ୍ତିଭୂମି ଯାଞ୍ଚ କରିଛନ୍ତି । ଏହି କ୍ରମରେ ୪ ଦିନ ଧରି ନିଖୋଜ ଥିବା ହସ୍ପିଟାଲର ଦୁଇ ମାଲିକ ଆଲୋକ ଚୌଧୁରୀ ଓ ମଞ୍ଜୁଲତା ଚୌଧୁରୀଙ୍କୁ ପଚରାଉଚରା କରିଛନ୍ତି ।
ତଦନ୍ତ ପାଇଁ ଆଉ ଏକ ଟିମ ଗଠନ କରାଯିବ ବୋଲି କହିଛନ୍ତି ଏଡିଏମ୍ଓ । କିଛି ଦିନ ତଳେ କଟକ ରାଣୀହାଟସ୍ଥିତ ଜନନୀ ହସ୍ପିଟାଲରେ ଜଣେ ମହିଳା ଗର୍ଭ ନଷ୍ଟ କରିବା ପାଇଁ ଭର୍ତ୍ତି ହୋଇଥିଲେ । ଡାକ୍ତର ଭୁଲ ବଶତଃ ମହିଳାଙ୍କ ମଳଦ୍ବାର ନଳୀ କାଟିଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଚେତା ପଶିଛି ଏବଂ ଆରମ୍ଭ ହୋଇଛି ତନାଘନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/09/qyfZjXEYZqlMtTVq2kB5.jpg)