କନକ ବ୍ୟୁରୋ: କଟକ ଜନନୀ ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମହିଳା ରୋଗୀଙ୍କ ମଳଦ୍ବାର ନଳୀ କାଟିବା ଘଟଣାରେ ତଦନ୍ତ ଆରମ୍ଭ । କଟକ ସିଡିଏମ୍‌ଓ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସ୍ୱତନ୍ତ୍ର ଟିମ୍ ମେଡିକାଲରେ ପହଞ୍ଚି ଯାଞ୍ଚ କରିଛି । ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବା ସହିତ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଇଛି । ତେବେ ଯାଞ୍ଚ ସମୟରେ ହସ୍ପିଟାଲ୍ ମାଲିକ ଏବଂ ଭୁଲ୍ ଚିକିତ୍ସା କରିଥିବା ଡାକ୍ତର ଅନୁପସ୍ଥିତ ଅଛନ୍ତି । 

Advertisment

ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ପୁଲିସ ମଧ୍ୟ ଉପସ୍ଥିତ ଅଛନ୍ତି । କିଛି ଦିନ ତଳେ କଟକ ରାଣୀହାଟସ୍ଥିତ ଜନମନୀ ହସ୍ପିଟାଲରେ ଜଣେ ମହିଳା ଗର୍ଭ ନଷ୍ଟ କରିବା ପାଇଁ ଭର୍ତ୍ତି ହୋଇଥିଲେ । ଡାକ୍ତର ଭୁଲ ବଶତଃ ମହିଳାଙ୍କ ମଳଦ୍ବାର ନଳୀ କାଟିଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଚେତା ପଶିଛି ଏବଂ ଆରମ୍ଭ ହୋଇଛି ତନାଘନା ।