କନକ ବ୍ୟୁରୋ: ମହିଳା ଓଏଏସ ଅଧିକାରୀଙ୍କୁ ଧମକ । ବିବାହ ନକଲେ ମାଲକାନାଗିରି ବଦଳି କରିଦେବାକୁ ଧମକ । ନିଜକୁ ଛତିଶଗଡ଼ର ଆଡିସନାଲ ସେକ୍ରେଟାରି ବଳଭଦ୍ର ମିଶ୍ର ବୋଲି ପରିଚୟ ଦେଇ ଧମକ ଦେଇଛି ଦୁର୍ବୃତ୍ତ । ହ୍ୱାଟସଆପରେ ଚାଟିଂ କରି ତୁମେ ଜଣେ ଓଏଏସ ଅଫିସର ହୋଇ ବି ମୁଁ ତୁମକୁ ବିବାହ କରିବାକୁ ଚାହେଁ । କିନ୍ତୁ ତୁମେ ମୋତେ ବିବାହ କରିବାକୁ ବାଧ୍ୟ । ନହେଲେ ଓଡିଶା ସଚିବାଳୟ ଯାଇ ଦେଖାଇ ଦେବି ମୁଁ କିଏ । ଏକଥା ବାହାରକୁ ଆସିଲେ ସିଧା ତୁମକୁ ମାଲକାନଗିରି ପଠେଇ ଦେବି । ଏଭଳି କହି ଜଣେ ବ୍ୟକ୍ତି ମହିଳା OAS ଅଫିସରଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ମହିଳା ଅଫିସର ଜଣକଏନେଇ ସାଇବର ଥାନାକୁ ଜଣାଇବା ସହ ଅନଲାଇନରେ ଅଭିଯୋଗ କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us