ଖେଳପ୍ରେମୀ ଓ ଫିଟନେସ୍ ଉତ୍ସାହୀମାନଙ୍କ ପାଇଁ ଏକ ଖୁସିର ସମାଚାର ନେଇ ଆସିଛି ବଲାଙ୍ଗିର ମାରାଥନ ଆସୋସିଏସନ୍ (Balangir Marathon Association - BMA)। ସଂଗଠନ ଆଜି ଅନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ଆସନ୍ତା ୧ ଫେବୃଆରୀ ୨୦୨୬ ତାରିଖରେ ବଲାଙ୍ଗିର ଠାରେ ଜାତୀୟ ସ୍ତରର ହାଫ୍ ମାରାଥନ ଦୌଡ଼ ଆୟୋଜିତ ହେବ। ଏହି ଘୋଷଣା ୩୧ ଅକ୍ଟୋବର ୨୦୨୫ ରେ ବଲାଙ୍ଗିର ସହର ରେ ହୋଇଥିବା ଏକ ଉଦ୍ଘାଟନୀ ସଭାରେ କରାଯାଇଥିଲା। ସଭାରେ ଉପସ୍ଥିତ ଥିଲେ — Assistant Collector ଶ୍ରୀ ରାମ ନାରାୟଣ ମିଶ୍ର;ଏସ୍ଡିପିଓ ଶ୍ରୀ ସରୋଜ ଉପାଧ୍ୟାୟ; ଟ୍ରେଜରି ଅଫିସର ଶ୍ରୀ ଭୀମସେନ ବାଗ୍; ଜିଲ୍ଲା ଫୁଟବଲ କୋଚ୍ ଶ୍ରୀ ପରସରା ବାଗ୍; ଲୋଅର ସୁକ୍ତେଲ ଡାମ ଆକାଉଣ୍ଟସ ଅଫିସର ଶ୍ରୀ ଜଗତପାଳ ସେଠ ଏବଂ ଆଇସିଆଇସିଆଇ ବ୍ୟାଙ୍କ ବଲାଙ୍ଗିର ଶାଖା ପ୍ରବନ୍ଧକ ଶ୍ରୀ ରଞ୍ଜିତ ମିଶ୍ର।
ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବଲାଙ୍ଗିର ମାରାଥନ ଆସୋସିଏସନ୍ର ସଭାପତି ଶ୍ରୀ ପ୍ରଶାନ୍ତ ନାୟକ, ସଚିବ ଶ୍ରୀ ସଞ୍ଜୟ ପ୍ରଧାନ, ତଥା ସଦସ୍ୟ ଶଶିକାନ୍ତ ରାଉତ, ସନ୍ଦିପ୍ତ କୁମାର ପଣ୍ଡା, ରଞ୍ଜନ ନାଏକ, ସୁରଜ ପଟେଲ, ଲିଲୁ ପ୍ରଧାନ, ରବିନ୍ଦ୍ର ସାହୁ, ସୋମନାଥ ତ୍ରିପାଠୀ, ଜିତେନ୍ଦ୍ର ରାଉତ, ମନୋଜ ପ୍ରଧାନ, ସୁଜିତ ସାଗର ଓ ମୁଖିରାମ କାମ୍ପା।
ଏଥିରେ ହାଫ୍ ମାରାଥନ ରେ ୨୧ କି.ମି., ୧୦ କି.ମି., ଓ ୫ କି.ମି. ଆଦି ବର୍ଗ ରହିବ। ଏହି ଦୌଡ଼ ବଲାଙ୍ଗିର ଜିଲ୍ଲାର ସୁନ୍ଦର ପରିଦୃଶ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ଦେଶର ସମ୍ମୁଖରେ ଆଣିବା ସହିତ ଏକ ସ୍ମରଣୀୟ ଅଭିଜ୍ଞତା ହେବ।
ବଲାଙ୍ଗିର ମାରାଥନ ୨୦୨୬ ରେ ଦେଶର ବିଭିନ୍ନ ରାଜ୍ୟରୁ ଧାବକମାନଙ୍କ ଯୋଗଦାନ ଆଶା କରାଯାଉଛି। ପ୍ରତିଟି ବିଭାଗରେ ବିଜେତାମାନଙ୍କୁ ନଗଦ ପୁରସ୍କାର ଓ ପଦକ ପ୍ରଦାନ କରାଯିବ। ଆଗାମୀ ଦିନରେ ଏହି ମାରାଥନ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ ।
ବଲାଙ୍ଗିର ମାରାଥନ ଆସୋସିଏସନ୍ ବିଷୟରେ:
ବଲାଙ୍ଗିର ମାରାଥନ ଆସୋସିଏସନ୍ ହେଉଛି ଏକ ଅଲାଭକାରୀ ସଂଗଠନ, ଯାହା ବଲାଙ୍ଗିର ଓ ପାଶ୍ୱର୍ବତୀ ଅଞ୍ଚଳରେ ଖେଳ, ଫିଟନେସ୍ ଓ ସମାଜିକ ସୁସ୍ଥତାକୁ ପ୍ରୋତ୍ସାହନ ଦେବାକୁ ନିରନ୍ତର ପ୍ରୟାସରତ। ଏହି ମାରାଥନ ଭଳି ଆୟୋଜନ ମାଧ୍ୟମରେ ସଂଗଠନ ଲୋକମାନଙ୍କ ମଧ୍ୟରେ ସୁସ୍ଥ ଜୀବନ ଶୈଳୀ, ପର୍ଯ୍ୟଟନ ଓ ସମାଜିକ ଏକତାକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/01/1-2025-11-01-14-48-43.jpeg)