କନକ ବ୍ୟୁରୋ : ମଧ୍ୟ ପୂର୍ବରେ ଉତ୍ତେଜନା ସ୍ତର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଇସ୍ରାଏଲ ବର୍ତ୍ତମାନ ଲେବାନନରେ ହିଜବୁଲା ଟାର୍ଗେଟ ଉପରେ ଭୟଙ୍କର ଆକ୍ରମଣ କରିବା ଆରମ୍ଭ କରିଛି । ଲେବାନନର ରାଜଧାନୀ ବେରୁଟର ଦକ୍ଷିଣ ଉପକଣ୍ଠରେ ପୁଣି ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ସୋମବାର ଦକ୍ଷିଣ ଲେବାନନରେ ଇସ୍ରାଏଲ ଘନଘନ ବୋମା ମାଡ଼ କରିଥିଲା । ଏଥିରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହାକୁ ନେଇ ଆତଙ୍କ ଜାରି ରହିଥିବା ବେଳେ ଆଜି ଇସ୍ରାଏଲ ବେରୁଟ ଉପକଣ୍ଠରେ ଆକ୍ରମଣ କରିଛି । ଏଥିରେ ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡର ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି ।
ସୂତ୍ର ଅନୁସାରେ, ଇସ୍ରାଏଲର ବୋମା ମାଡ଼ରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ହେଜବୁଲ୍ଲା କମାଣ୍ଡର ଇବ୍ରାହିମ କୋବେସୀ ରହିଛି । ଆକ୍ରମଣରେ ୬ ଜଣ ପ୍ରାଣ ହରାଇଛନ୍ତି ଓ ୧୫ ଜଣ ଆହତ ହୋଇଛନ୍ତି । ଏକାଧିକ ଘର ଓ ପ୍ରତିଷ୍ଠାନ ଭାଙ୍ଗି ଯାଇଛି । ଲୋକମାନେ ଏବେ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି । ସୋମବାରଠାରୁ ଦେଶରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୫୮ କୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ୧୮୩୫ ଲୋକ ମଧ୍ୟ ଆହତ ହୋଇଛନ୍ତି । ଇସ୍ରାଏଲ ଏବଂ ଲିବାନୋନ୍ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଏହି ଆକ୍ରମଣ ହୋଇଛି, ଯେଉଁଥିରେ ଏବେ ସୁଦ୍ଧା ୫୬୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୬୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଏୟାର ଷ୍ଟ୍ରାଇକ୍ ମଧ୍ୟ କରାଯାଇଛି । ୨୦୦୦ ମସିହାରେ ଟପ କମାଣ୍ଡର ତିନି ଇସ୍ରାଏଲ ୨ହଜାର ସେନାକୁ ଅପହରଣ ଓ ହତ୍ୟା କରିଥିବା ଅଭିଯୋଗ ରହିଥିଲା । ଯାହାକି ହିଜବୁଲାର ସାମରିକ ବାହିନୀରେ ନିଜର ସ୍ଥିତିକୁ ଦୃଢ଼ କରିଥିଲା ।
ଇସ୍ରାଏଲର ଆକ୍ରମଣ, ଲେବାନନ ଥରହର
ମଧ୍ୟପ୍ରାଚ୍ୟରେ ଉତେଜନା ବଢ଼ୁଛି
ଲେବାନନର ରାଜଧାନୀ ବେରୁଟରେ ବଡ ଆକ୍ରମଣ
ଦକ୍ଷିଣ ଉପକଣ୍ଠରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ
ସୋମବାର ଦକ୍ଷିଣ ଲେବାନନରେ ଇସ୍ରାଏଲ ମିଜାଇଲ ମାଡ
୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।
ଆତଙ୍କ ଭିତରେ ବେରୁଟରେ ଆକ୍ରମଣ
ହିଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡର ନିହତ
ଇସ୍ରାଏଲର ବୋମା ମାଡ଼ରେ ମୋଟ ୬ ଜଣଙ୍କ ମୃତ୍ୟୁ
ହେଜବୁଲ୍ଲା କମାଣ୍ଡର ଇବ୍ରାହିମ କୋବେସ ନିହତ