କନକବ୍ୟୁରୋ : ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି  ।  ଦୂଷିତ ପାଣି ଓ ବାସି ଖାଦ୍ୟ ଖାଉଥିବାରୁ ଏହା ବ୍ୟାପୁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି  ।  ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ, ଢାବା, ଫାଷ୍ଟ ଫୁଡ୍ ଦୋକାନରେ ରେଡ୍‌ ଚାଲିଛି  ।  କେନ୍ଦ୍ରାପଡ଼ା, ଯାଜପୁର, ଭୁବନେଶ୍ବର ସବୁଠି ରେଡ୍ କରାଯାଉଛି  । କେନ୍ଦ୍ରାପଡ଼ାରେ ଖାଦ୍ୟ ସୁରକ୍ଷା ବିଭାଗ ଚଢ଼ାଉ କରିଛି  । ଡେରାବିଶ ବ୍ଲକ ଏଣ୍ଡର ପଞ୍ଚାୟତର ୨ଟି ଗାଁରେ ଝାଡ଼ାବାନ୍ତି ବ୍ୟାପିବା ପରେ ଚଢ଼ାଉ କରାଯାଉଛି ।

Advertisment

ଖାଦ୍ୟ ନିରୀକ୍ଷକ ଡାକ୍ତର ନୃପେନ୍ ଶତପଥୀଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଚଢାଉରେ ସାମିଲ ହୋଇଛନ୍ତି  । ଯାଜପୁରରେ ମଧ୍ୟ ଚଢାଉ  ।  ଯାଜପୁର ରୋଡ଼ରେ ବଡ଼ ବଡ଼ ହୋଟେଲ ଓ ପାନୀୟ ଜଳ ପ୍ରସ୍ତୁତକାରୀ  ଫ୍ୟାକ୍ଟ୍ରି ଉପରେ ଚଢ଼ାଉ ହୋଇଛି ।  ସେହିପରି ରାଜଧାନୀରେ ମଧ୍ୟ ବିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ ଚଢାଉ କରିଛନ୍ତି  ।  ଯଦିଓ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଜଣେ ବି ଡାଇରିଆରେ ଆକ୍ରାନ୍ତ ହୋଇନାହାନ୍ତି, ତଥାପି ସତର୍କତା ମୂଳକ ପଦକ୍ଷେପ ସ୍ବରୂପ, ସମ୍ ହସ୍ପିଟାଲ ଛକ ନିକଟରେ ଥିବା ହୋଟେଲରେ ଚଢ଼ାଉ କରି ଫ୍ରିଜରୁ ମାଛ ଆଉ ଖାଦ୍ୟରେ ମିଶୁଥିବା ରଙ୍ଗ ଜବତ କରିଛନ୍ତି ଅଧିକାରୀ  ।