କନକ ବ୍ୟୁରୋ :ରାସ୍ତାଘାଟ ଯୁଆଡ଼େ ଦେଖିବ ମାଳମାଳ ଗାଈ ଓ କୁକୁର । କେଉଁଠି ରାସ୍ତା ମଝିରେ ତ’ ଆଉ କାହା ଘର ସାମନାରେ । ଯାହା ଟ୍ରାଫିକ ସମସ୍ୟା ଜଟିଳ କରିବା ସହ ଲୋକଙ୍କ ଘରୁ ବାହାରିବା ମୁସ୍କିଲ କରିଦେଉଛନ୍ତି । ପୌରାଞ୍ଚଳରେ ଗୋଶାଳା ପାଇଁ ପ୍ରାବଧାନ ଥିବା ସତ୍ତ୍ବେ ଏହା ନିର୍ମାଣ ହୋଇପାରିନି । ସରକାରୀ ଭାବେ କେବଳ ଜୟପୁରରେ ହିଁ ଗୋଟିଏ ଗୋଶାଳା ରହିଛି । ଖାଲି ସେତିକି ନୁହେଁ, କୁକୁର ଓ ଗାଈଙ୍କ ବଂଶ ନିୟନ୍ତ୍ରଣରେ ବି ପଛରେ ପ୍ରଶାସନ । ବୁଲା ଗାଈ ମାଲିକଙ୍କୁ ଠାବ କରି ଜରିମାନା ଆଦାୟ କରିବା ସହ ବନ୍ଧ୍ୟାକରଣ ଦିଗରେ ଗୁରୁତ୍ବ ଦେବାକୁ ଦାବି ହୋଇଛି । ଅନ୍ୟପଟେ ରାସ୍ତାକଡ଼ ପଡ଼ୁଥିବା ଖାଦ୍ୟ ପଦାର୍ଥ ଯୋଗୁଁ ଏମାନେ ରାସ୍ତା ଉପରେ ଶୋଇ ରହୁଥିବା ଅଭିଯୋଗ ଆସିଛି । 

Advertisment

ଖଲ୍ଲିକୋଟ୍‌ରେ ବି ସ୍ଥିତି ସମାନ
ବୁଲା ଗାଈଗୋରୁଙ୍କ ଥଇଥାନରେ ବିଫଳ ପ୍ରଶାସନ
ଖଲ୍ଲିକୋଟ ବ୍ଲକ ଚିକିଲି ପଞ୍ଚାୟତର ଗୋପପୁର ଗାଁରେ ବି ବୁଲା ଗାଈଗୋରୁ ଏକ ବଡ଼ ସମସ୍ୟା ପାଲଟିଛନ୍ତି । ଅନେକ ସମୟରେ ଏମାନଙ୍କ ପାଇଁ ଦୁର୍ଘଟଣା ଘଟିବା ସହ ଫସଲ ମଧ୍ୟ ନଷ୍ଟ କରୁଥିବା ଅଭିଯୋଗ ହୋଇ ଆସୁଛି । ହେଲେ ଏଦିଗରେ ପ୍ରଶାସନ ତରଫରୁ ଗୁରୁତ୍ବ ଦିଆନଯିବା ଯୋଗୁଁ ନିଜ ଉଦ୍ୟମରେ ବୁଲା ଗାଈଗୋରୁଙ୍କୁ ନେଇ ଗୋଶାଳାରେ ଛାଡ଼ିଛନ୍ତି ଗ୍ରାମବାସୀ । ବୁଲା କୁକୁରଙ୍କ ପ୍ରାର୍ଦୁଭାବ କମାଇବା ପାଇଁ ସରକାର ବନ୍ଧ୍ୟାକରଣକୁ ଗୁରୁତ୍ବ ଦେଇଛନ୍ତି । ହେଲେ ଏହାକୁ କାର୍ଯ୍ୟକାରୀ କରିବାରେ ପଛରେ ପଡ଼ିଛି ପ୍ରଶାସନ ।