କନକ ବ୍ୟୁରୋ : ଧିରେ ଧିରେ ଗଂଜାମର ବିଭିନ୍ନ ସ୍ଥାନରେ ଡେଙ୍ଗୁ କାୟା ବିସ୍ତାର କରୁଛି । ସେଥିପାଇଁ ଗଂଜାମ ଜିଲ୍ଲା ପ୍ରସାଶନ ସବୁ ବ୍ଲକ ଓ ସହରାଂଚାଳକୁ ଏଥିପାଇଁ ସତର୍କ ବି କରାଯାଇଛି । କେବଳ ସେତିକି ନୁହେଁ ପ୍ରତି ମେଡିକାଲରେ ପ୍ରତେକ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରି ରିପିଟ୍ ଟେଷ୍ଟ୍ ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ କେତେକ ସ୍ଥାନରେ ଜମା ହୋଇଥିବା କୁଢ଼ କୁଢ଼ ଅଳିଆ ଜମି ରହୁଥିବା ବେଳେ ଦୁଷିତ ପାଣି ଏବେ ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି ।
ସହର ଭିତରେ କୁଢ଼ କୁଢ଼ ଅଳିଆ । ଖୋଲା ପଡ଼ିଛି ଡ୍ରେନ । ଅବ୍ୟବହୃତ ପୋଖରୀର ଦୂଷିତ ପାଣି, ମଶା ବଂଶବୃଦ୍ଧିର କାରଣ ପାଲଟିଛି । ଗଞ୍ଜାମରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି । ଗତ ୬ ତାରିଖ ସୁଦ୍ଧା ମିଳିଥିବା ରିପୋର୍ଟ ଆନୁସାରେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୩୧ଟି ଡେଙ୍ଗୁ ରୋଗୀ ବାହାର ରାଜ୍ୟରୁ ଆକ୍ରାନ୍ତ ହୋଇ ଆସିଥିବା ବେଳେ ଅନ୍ୟ ୨୪ରୁ ଉର୍ଦ୍ଧ୍ୱ ରୋଗୀ ସ୍ଥାନୀୟ ଅଂଚଳର । ବର୍ତ୍ତମାନ ସୁଧା ୨ହଜାରରୁ ଉର୍ଦ୍ଧ୍ୱ ନମୁନା ବି ସଂଗ୍ରହ କରାଯାଇଛି । ତେବେ ସହର ଭିତରେ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ଲୋକଙ୍କ ଚିନ୍ତାର କାରଣ ପାଲଟିଛି।
ଡେଙ୍ଗୁ ରୋଗର ବାହାକ ଏଡିସ୍ ମଶା ବିଶେଷ କରି ସ୍ଥିର ଭାବେ ଜମି ରହୁଥିବା ବର୍ଷା ପାଣି, ଅଳିଆ ଆବର୍ଜନାରେ ଅଣ୍ଡା ଦେଇ ବଂଶ ବିସ୍ତାର କରନ୍ତି । ଏବେ ବର୍ଷା ଲାଗି ରହିଥିବା ବେଳେ ସହରର ବସଷ୍ଟାଣ୍ଡ, ଲକ୍ଷ୍ମୀ ବଜାର, ଗଣ୍ଡପଲ୍ଲି, ଏରୋଗୋଲା ବସ୍ତି, କଳିଙ୍ଗ ରୋଡ୍ ଆଦି ଡ୍ରେନରେ ପାଣି ଜମି ରହୁଛି । ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ପଡି ରହୁଥିବାରୁ ଏବେ ସହରରେ ଡେଙ୍ଗୁ ବ୍ୟାପିବାର ଭୟ ରହିଛି । ହେଲେ ଆସିକା ଏନ.ଏ.ସି ପକ୍ଷରୁ ମଶା ମାରିବା ପାଇଁ କୌଣସି ବ୍ୟବସ୍ଥା କରାଯାଉ ନଥିବା ଅଭିଯୋଗ ହୋଇଛି ।
ଗତ କିଛି ବର୍ଷ ହେଲା ଗଂଜାମରେ ଡେଙ୍ଗୁ ରୋଗ କାୟା ବଢାଇଥିବା ନଜିର ରହିଛି । ୨୦୨୧ରେ ୨,୭୧୩ ନମୂନାରୁ ୩୩୩ ଜଣ ପଜିଟିଭ, ୨୦୨୨ରେ ୩,୦୦୦ ନମୂନାରୁ ୧୬୧ ପଜିଟିଭ, ୨୦୨୩ ରେ ୪,୦୦୦ ନମୂନାରୁ ୧୭୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଆଉ ଏହି ରୋଗୀ ମାନଙ୍କ ମଧ୍ୟରେ ଆସିକା ଅଂଚଳରୁ ବି କିଛି ରୋଗୀ ଚିହ୍ନଟ ରହିଥିଲେ । ତେଣୁ ଏବେ ଠାରୁ ଆସିକାର ପରିମଳ ଉପରେ ଏନ.ଏ.ସି ପଦକ୍ଷପ ନେବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/AVrqh779OtVEy7nt8qdo.png)