କନକ ବ୍ୟୁରୋ : ଖାଦ୍ୟ ସୁରକ୍ଷା ଓ ମାନ୍ୟତା ପ୍ରାଧୀକରଣ ଓରାଲ୍ ରିହାଇଡ୍ରେସନ୍ ସଲ୍ଟ୍ସ୍ (ଓଆରଏସ)ର ନାମରେ ଭ୍ରମାତ୍ମକ ଦ୍ରବ୍ୟ ଓ ଏନର୍ଜି ଡ୍ରିଙ୍କ୍ ବିକ୍ରି ଉପରେ କଟକଣା । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (ଡବ୍ଲ୍ୟୁଏଚଓ)ର ମାନ୍ୟତା ପ୍ରାପ୍ତ ଫର୍ମୁଲା ବ୍ୟତୀତ କୌଣସି ଉତ୍ପାଦ୍ ଓଆରସ୍ ନାମରେ ବିକ୍ରି ହେବ ନାହିଁ । ଏନେଇ ଜାରି ନିର୍ଦ୍ଦେଶରେ ସମସ୍ତ ବ୍ୟବସାୟ ଅପରେଟରମାନଙ୍କୁ ଓଆରସ୍ ନାଁ ଆଗରେ ବା ପଛରେ କିଛି ନୂଆ ବ୍ରାଣ୍ଡ ଯୋଡ଼ି ବିକ୍ରି କରିବାକୁ ବାରଣ କରାଯାଇଛି । ପ୍ୟାକେଟରୁ ଓଆରଏସ୍ ଅକ୍ଷର ହଟାଇବାକୁ କୁହାଯାଇଛି । ଏହା ଦ୍ୱାରା ଉପଭୋକ୍ତାଙ୍କୁ ଭ୍ରମିତ ହେବାରୁ ରକ୍ଷା କରି ହେବ ବୋଲି ଏଫଏସଏସଏଆଇ କହିଛି । ଏପ୍ରିଲ୍ ୨୦୨୨ରୁ ଏଭଳି ଭ୍ରାମାତ୍ମକ ବିଜ୍ଞାପନ ଉପରେ ନିୟନ୍ତ୍ରଣ କରାଯାଉଛି। ଡାକ୍ତରମାନେ ସତର୍କ କରିଛନ୍ତି ଯେ ଭୁଲ୍ ଫର୍ମୁଲାର ଡ୍ରିଙ୍କ୍ ଡାଇରିଆ ଓ କ୍ୟାନସର ଭଳି ରୋଗ କରି କ୍ଷତି ପହଞ୍ଚାଇପାରେ । ଏହା ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରଣ ବୋଲି ବୋଲି ଉପଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ପାଳନ ନକଲେ ଆଇନଗତ ଦୃୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଫ୍ଏସ୍ଏସ୍ଏଆଇ ନିର୍ଦ୍ଦେଶରେ କୁହାଯାଇଛି ।
ଓଆରଏସ ନାଁରେ ମନଇଚ୍ଛା ବିକ୍ରି ବନ୍ଦ
ଜାରି ହେଲା ଖାଦ୍ୟ ସୁରକ୍ଷା ଓ ମାନ୍ୟତା ପ୍ରାଧୀକରଣର କଡ଼ା କଟକଣା
ଓରାଲ୍ ରିହାଇଡ୍ରେସନ୍ ସଲ୍ଟ୍ସର ନାମରେ ଭ୍ରମାତ୍ମକ ଦ୍ରବ୍ୟ ବିକ୍ରୟ ଉପରେ ରୋକ
ଏନର୍ଜି ଡ୍ରିଙ୍କ୍ ବିକ୍ରି ଉପରେ କଡ଼ା କଟକଣା ଲାଗୁ କଲା ଏଫଏସଏସଏଆଇ
କେବଳ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ମାନ୍ୟତା ପ୍ରାପ୍ତ ଫର୍ମୁଲା ବିକ୍ରି ପାଇଁ ଅନୁମତି
ଏହା ବ୍ୟତୀତ ଅନ୍ୟ କୌଣସି ଉତ୍ପାଦ ଓଆରଏସ୍ ନାମରେ ବିକ୍ରି ହେବ ନାହିଁ
ଅନ୍ୟ ବ୍ରାଣ୍ଡ ସହିତ ଓଆରଏସ୍ ନାମ ଯୋଡ଼ାଯାଇପାରିବ ନାହିଁ
ଭୁଲ ଫର୍ମୁଲାର ଡ୍ରିଙ୍କ୍ ଅନେକ ରୋଗର କାରଣ ପାଲଟୁଛି : ଏଫଏସଏସଏଆଇ
ଏହା ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ: ଏଫଏସଏସଏଆଇ
ନିର୍ଦ୍ଦେଶ ପାଳନ ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ