କନକ ବ୍ୟୁରୋ : ପୁଅ ସାମ୍ନାରେ ଚାଲିଗଲା ବାପାର ଜୀବନ । ପରୀକ୍ଷା ପାଇଁ ପୁଅକୁ ନେଇ କଲେଜ ଯାଉଥିବା ସମୟରେ ଦୁର୍ଘଟଣା ଘଟି ବାପାଙ୍କ ମୃତ୍ୟୁ ଘଟିଛି । ପୁଅକୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି ।
ଆଜି ସକାଳୁ ପାଟଣାଗଡ଼ ଅଞ୍ଚଳ ତାଳଜୁରି ଗାଁର ସମୀର ସା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେବା ପାଇଁ ବାପା ପ୍ରହ୍ଲାଦ ସାଙ୍କ ସହ ବାଇକରେ କରଙ୍ଗାମାଲ କଲେଜ ଯାଉଥିଲେ । ବଙ୍ଗୋମୁଣ୍ଡ ନୂଆ ପେଟ୍ରୋଲ ପମ୍ପ ପାଖରେ ଥିବା ଏକ ପୋଲ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣା ସ୍ଥଳରେ ପ୍ରହ୍ଲାଦଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/08/qDYGpSxouRpTAoa6cwnB.jpg)