କନକ ବ୍ୟୁରୋ : ବାପାର ଶବ ନେଇ ଫେରୁଥିବାବେଳେ ପୁଅ ଦୁର୍ଘଟଣାରେ ମୃତ । ମୟୂରଭଞ୍ଜ ଠାକୁରମୁଣ୍ଡା ଅଞ୍ଚଳରୁ ଆସିଲା ଅଭାବନୀୟ ଖବର । କିଛିଦିନ ତଳେ ଅସୁସ୍ଥ ବାପାଙ୍କୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା କରିବାକୁ ନେଇଥିଲା ପୁଅ । ଗତକାଲି ସକାଳେ ବାପାଙ୍କ ମୃତ୍ୟୁ ପରେ ଶବକୁ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ବ୍ଲକ ମିଟୁଆଣି ସ୍ଥିତ ନିଜ ଗାଁକୁ ନେଇ ଫେରୁଥିଲା । କିନ୍ତୁ ଘରକୁ ଫେରିବା ବେଳେ ନିଜେ ମଧ୍ୟ ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟୁ ବରଣ କଲା । ଆଉ ବାପା ଓ ପୁଅଙ୍କ ଏକ ସାଙ୍ଗରେ ମୃତ୍ୟୁ ଖବର ସାରା ପରିବାରକୁ ଭାଙ୍ଗି ଦେଇଛି ।
ସୂଚନା ଅନୁସାରେ ମିଟୁଆଣି ଗାଁର ଗୋପବନ୍ଧୁ ନାୟକ, ୩ ମାସ ପୂର୍ବରୁ ଉଚ୍ଚ ରକ୍ତଚାପ କାରଣରୁ ଅସୁସ୍ଥ ହୋଇ କଟକ ଏସିବିରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳେ ଗୋପବନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ଶବକୁ ଆମ୍ବୁଲାନ୍ସରେ ନେଇ ଫେରୁଥିଲେ ପୁଅ ଶୁଭପ୍ରକାଶ । ଗତକାଲି ଦିନ ୧୨ଟାରେ ପାଣିକୋଇଲି ନିକଟରେ ପାଣି ବୋତଲ କିଣି ରାସ୍ତା ପାର ହେଉଥିବାବେଳେ ଶୁଭପ୍ରକାଶଙ୍କୁ ଏକ ପିକ୍ ଅପ୍ ଭ୍ୟାନ୍ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ରାଯାଇଥିଲା। ହେଲେ କଟକ ପହଞ୍ଚିବା ପୂର୍ବରୁ ଅଧ ବାଟରେ ଚାଲିଗଲା ପୁଅ ଶୁଭପ୍ରକାଶଙ୍କ ଜୀବନ। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଦିନକରେ ଚାଲିଗଲା ବାପା-ପୁଅଙ୍କ ଜୀବନ: ବାପାଙ୍କ ମୃତଦେହ ଡାକ୍ତରଖାନାରୁ ନେଇ ଫେରିବାବେଳେ ବାଟରେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ
ଗତକାଲି ସକାଳେ ବାପାଙ୍କ ମୃତ୍ୟୁ ପରେ ଶବକୁ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ବ୍ଲକ ମିଟୁଆଣି ସ୍ଥିତ ନିଜ ଗାଁକୁ ନେଇ ଫେରୁଥିଲା । କିନ୍ତୁ ଘରକୁ ଫେରିବା ବେଳେ ନିଜେ ମଧ୍ୟ ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟୁ ବରଣ କଲା । ଆଉ ବାପା ଓ ପୁଅଙ୍କ ଏକ ସାଙ୍ଗରେ ମୃତ୍ୟୁ ଖବର ସାରା ପରିବାରକୁ ଭାଙ୍ଗି ଦେଇଛି ।
/kanak/media/media_files/2025/09/15/31-2025-09-15-12-24-59.jpg)