ମାତ୍ର ୭ଶହ ଟଙ୍କା ପାଇଁ ଛୁଆକୁ ବିକିଦେଲା ବାପା ; ଶିଶୁକୁ ଉଦ୍ଧାର କଲା ପୋଲିସ

ମାତ୍ର ୭ ହଜାର ଟଙ୍କା ପାଇଁ ଦେଢ ମାସର ଶିଶୁକୁ ବିକିଦେଲା ବାପା । ମା’ର ଅଭିଯୋଗ ପରେ ଉଦ୍ଧାର କଲେ ପୋଲିସ ଓ ଚାଇଲ୍‌ଡ ଲାଇନ୍ ସଦସ୍ୟ । ଯାଜପୁର ଟାଉନ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

son++++++

କନକ ବ୍ୟୁରୋ: ଯାଜପୁର ଜିଲ୍ଲାରୁ ଆସିଲା ଅଭାବନୀୟ ଚିତ୍ର । ଅଭାବ ଅନଟନ କାରଣରୁ ମାତ୍ର ୭ ହଜାର ଟଙ୍କାରେ ଜନ୍ମ କଲା ପୁଅକୁ ବିକିଦେଲା ବାପା । ମା’ର ଅଭିଯୋଗ ପରେ ପୋଲିସ ଓ ଚାଇଲ୍ଡଲାଇନ ପକ୍ଷରୁ ଦେଢ ମାସର ଶିଶୁପୁତ୍ର ଉଦ୍ଧାର ହୋଇଛି ।   

ଯାଜପୁର ଟାଉନ୍ ଥାନା ଆଙ୍କୁଲା ଗାଁରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଜଗା ମୁଣ୍ଡା ନାମକ ବ୍ୟକ୍ତି ନିଜର ଦେଢ ମାସର ଶିଶୁ ପୁତ୍ରକୁ ହଳଦୀ ପଦାର ଜଳିଆ ଜେନାଙ୍କୁ  ଦୁଇ ଦିନ ପୂର୍ବେ ମାତ୍ର ୭ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଘଟଣାର ଦୁଇ ଦିନ ପରେ ଶିଶୁର ମା’ ଚାଇଲ୍ଡ ଲାଇନର ଦ୍ବାରସ୍ଥ ହୋଇଥିଲେ। ପୋଲିସ ଓ ଚାଇଲ୍ଡ ଲାଇନ ସଦସ୍ୟ ଘଟଣା ସ୍ଥଳରେ ପହଁଚି ଶିଶୁ ପୁତ୍ରକୁ ଉଦ୍ଧାର କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe