ହଜିଲା ପୁଅର ଫଟୋ ଧରି ଗାଁ ଗାଁ ବୁଲି ଖୋଜୁଛି ଅସହାୟ ବାପା

ହଜିଲା ପୁଅର ଫୋଟ ଧରି ଗାଁ ଗାଁ ବୁଲି ଖୋଜୁଛି ବାପା । ଜଣେ ୫୦ ବର୍ଷୀୟ ଅସହାୟ ବାପା ନିଖୋଜ ଭେଣ୍ଡିଆ ପୁଅର ଫୋଟ ହାତରେ ଧରି ସାଇକେଲରେ ଗାଁ କୁ ଗାଁ ବୁଲୁଛନ୍ତି ।

Missing Son

Missing Son Photograph: (kanak news)

କନକ ବ୍ୟୁରୋ : ନିଜ ପିଲାକୁ ଆଖି ଆଗରୁ ଦୂରେଇବାକୁ କୋଉ ବାପା ମାଆ ଯେ ଚାହେଁ । କ୍ଷଣିଏ ନିଜ ଛୁଆକୁ ନ ପାଇଲେ ବାପା ମାଆଙ୍କ ମୁଣ୍ଡ କାମ କରେନି , ଆଉ ଭେଣ୍ଡିଆ ପୁଅଟିକୁ ନପାଇ କେମିତି ବା ସହିବ ଗୋଟିଏ ବୁଢ଼ା ବାପା । ପୁଅକୁ ନପାଇ ବାପା ପାଗଳ ପ୍ରାୟ , ଫଟୋଟିଏ ଧରି ଏଣେ ତେଣେ ଖୋଜିବୁଲୁଛନ୍ତି ନିଜ ଛୁଆକୁ ।  

Son Missing
Son Missing Photograph: (kanak news)

ହଜିଲା ପୁଅର ଫୋଟ ଧରି ଗାଁ ଗାଁ ବୁଲି ଖୋଜୁଛି ବାପା । ଜଣେ ୫୦ ବର୍ଷୀୟ ଅସହାୟ ବାପା ନିଖୋଜ ଭେଣ୍ଡିଆ ପୁଅର ଫୋଟ ହାତରେ ଧରି ସାଇକେଲରେ ଗାଁ କୁ ଗାଁ ବୁଲୁଛନ୍ତି । ଲୋକଙ୍କ ଫଟୋ ଦେଖାଇ ପୁଅ ବିଷୟରେ ପଚାରୁଛନ୍ତି । ପରିଣତ ବୟସରେ ସାହାରା ହେବାକୁ ଥିବା ପୁଅ ୧୩ ଦିନ ହେଲା କେଉଁଆଡ଼େ ଚାଲି ଯାଇଛି । ଗଂଜାମ ଧରାକୋଟ ମେଡିକାଲ ସାହିର ଅଭିମାନ୍ୟ ନାୟକଙ୍କ ୨୨ ବର୍ଷୀୟ ପୁଅ ଅମର ନାୟକ । ଗତ ୨୪ ତାରିଖରୁ କେଉଁ ଆଡେ ଚାଲି ଯାଇଛି । ଏନେଇ ବାପା ଅଭି ନାୟକ ଧରାକୋଟ ଥାନାରେ ଅଭିଯୋଗ ବି କରିଛନ୍ତି । 

Son Missing
Son Missing Photograph: (kanak news)

ଏ ନେଇ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ କରୁଥିଲେ ବି ଯୁବକଙ୍କୁ ଖୋଜି ଠାବ କରିବାରେ ବିଫଳ ହୋଇଛି । ହେଲେ ବି ବାପାର ମନ ମାନୁନି । ଅଖିଆ ଅପିଆ ୧୦ ଦିନ ହେବ ଆଖ ପାଖର ଗୋଟିଏ ଗୋଟିଏ ଗାଁ କୁ ଯାଇ ପୁଅକୁ ଖୋଜୁଛନ୍ତି । ହାତରେ ପୁଅର ଫୋଟ ଟିଏ ଧରି ଯାହାକୁ ଦେଖିବେ ପୁଅକୁ ଦେଖିଛ କି ବୋଲି ପଚାରି ଆଗକୁ ବଢ଼ୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe