କନକ ବ୍ୟୁରୋ : ପ୍ରତିଶୋଧ ନେଲା ଭାରତ । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି । ଯେଉଁଥିରେ ୩୦୦ ଜଣ ଆତଙ୍କବାଦୀ ନିପାତ ହୋଛଇନ୍ତି । ସେନାର ପ୍ରହାରରେ ଥରିଉଠିଛି ପାକିସ୍ତାନ ।
ଭାରତୀୟ ସେନାର ଜୟ ଜୟକାର କରିଛନ୍ତି ଭାରତବାସୀ । ତେବେ ସବୁଠୁ ବଡ଼ କଥା ହେଉଛି ଅପରେସନ ସିନ୍ଦୂରରେ ସାମିଲ ଅଛନ୍ତି ଓଡ଼ିଆ ପୁଅ ସଚ୍ଚିକାନ୍ତ ବେଦୀ । ସିନ୍ଦୁର ଅପରେସନର ଆଗ ଧାଡିରେ ରହିଥିଲେ ସଚ୍ଚିକାନ୍ତ । ରାଜନଗରର ପୁଅ ହେଉଛନ୍ତି ସଚ୍ଚିକାନ୍ତ । ଯାହାଙ୍କ ପାଇଁ ଆଜି ପୂରା ଗାଁ ଡାଙ୍ଗମାଳ ଗର୍ବିତ । ପୁଅ ବର୍ଡରରେ ଶତ୍ରୁକୁ ନିପାତ କରୁଛି, ନିରୀହ ପର୍ଯ୍ୟଟଙ୍କ ପ୍ରତି ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଉଛି ବୋଲି ସଚ୍ଚିକାନ୍ତଙ୍କ ବାପା ଗର୍ବିତ । ସଚ୍ଚିକାନ୍ତଙ୍କ ବାପା ଏନେଇ କହିଛନ୍ତି ମୋ ପୁଅ ଦେଶ ପାଇଁ ଲଢୁଛି.. ଶତ୍ରୁକୁ ସଂହାର କରୁଛି..। ସର୍ଚ୍ଚ ଅପରେସନ ପୂର୍ବରୁ ପୁଅ ସହିତ କାଲି ରାତିରେ କଥା ହୋଇଥିଲି, ଆଉ ପୁଅ କହିଥିଲା ସର୍ଚ୍ଚ ଅପରେସନରେ ଅଛି ବାପା ବର୍ତ୍ତମାନ ଟାଇମ୍ ନାହିଁ କଥା ହେବା ପାଇଁ ।
ସଚ୍ଚିକାନ୍ତ ବେଦୀଙ୍କ ପାଇଁ ଆଜି ପୂରା ଗାଁର ଗର୍ବିତ । ଏ ନେଇ ଗ୍ରାମବାସୀ କହିଛନ୍ତି ଜାତୀୟ ଗଣମାଧ୍ୟମରେ ଯେତେବେଳେ ଶୁଣିବାକୁ ପାଇଲୁ ସଚ୍ଚିକାନ୍ତ ଅପରେସନ ସିନ୍ଦୂରରେ ଆଗ ଧାଡିରେ ସାମିଲ ଅଛନ୍ତି ସେତେବେଳେ ଆମ ସମସ୍ତଙ୍କ ଛାତି କୁଣ୍ଢେମୋଟ ହୋଇଗଲା । ଡାଙ୍ଗମାଳ ଗାଁରେ ଭାରତୀୟ ସେନାଙ୍କର ଜୟ ଜୟକାରରେ କମ୍ପି ଉଠିଛି । ସମସ୍ତଙ୍କ ମୁହଁରେ ଭାରତୀୟ ସେନାଙ୍କର ପ୍ରଶଂସା ।
ପହଲଗାମ୍ରେ ଆତଙ୍କବାଦୀ ରଚିଥିବା ନରସଂହାରରେ ୨୮ ହିନ୍ଦୁ ପର୍ଯ୍ୟଟକଙ୍କ ପ୍ରାଣ ଯାଇଥିଲା । ଏହାପରଠୁ ସାରା ଭାରତ ବର୍ଷରେ ପାକିସ୍ତାନ ପ୍ରତି ଆକ୍ରୋଶ ମୂଳକ ଭାବନା ସୃଷ୍ଟି ହୋଇଥିଲା । ପାକିସ୍ତାନକୁ ସାବାଡ କରିବାକୁ ଉଠିଥିଲା ନାରା । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଜାଗ୍ରତ ହୋଇଥିଲେ ଦେଶବାସୀ । ଭାରତ ସରକାରଙ୍କ ହଜିଥିଲା ନିଦ । କିପରି ନେବେ ପ୍ରତିଶୋଧ ସେନେଇ ବସିଥିଲା ଘନ ଘନ ବୈଠକ । ମୋଦୀ ସରକାର ପାକ୍ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଉପରେ ଦେଶବାସୀଙ୍କ ଥିଲା ନଜର । କାଲି ମଧ୍ୟରାତ୍ରରେ ପାକିସ୍ତାନ ଉପରେ ଅପରେସନ ସିନ୍ଦୂର ଏଆର ଷ୍ଟ୍ରାଇକ୍ କରି ମୋଦୀ ପୁଣି ଥରେ ପ୍ରମାଣିତ କରିଦେଇଛନ୍ତି ଭାରତ ସହିତ ଲାଗିଲେ ପରିସ୍ଥିତି ଏପରି ହିଁ ସାଙ୍ଘାତିକ୍ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/07/4vq9wRDVxaNkcwRMNwvA.jpg)