କନକ ବ୍ୟୁରୋ : ହରିଆଣା ଗୁରୁଗ୍ରାମରୁ ଆସିଲା ଦୁଃଖଦ ଖବର । ୨୫ ବର୍ଷୀୟ ରାଜ୍ୟସ୍ତରୀୟ ଟେନିସ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ପିତା ଗୁଳି ମାରି ହତ୍ୟା କରିଛନ୍ତି । ଘଟଣାଟି ସେକ୍ଟର ୫୭ରେ ଥିବା ବାସଭବନରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଘଟିଛି। ରାଧିକାଙ୍କ ପିତା ପାଞ୍ଚଟି ଗୁଳି ଚଳାଇଥିଲେ, ଯେଉଁଥିରୁ ତିନୋଟି ଗୁଳି ରାଧିକାଙ୍କ ଦେହରେ ବାଜିଥିଲା। ଗୁରୁତର ଅବସ୍ଥାରେ ରାଧିକାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁଯାୟୀ, ରାଧିକାଙ୍କ ପିତା ଇନଷ୍ଟାଗ୍ରାମରେ ଝିଅର ରିଲ୍ସ କରିବାର ଅଭ୍ୟାସକୁ ନେଇ ଅସନ୍ତୁଷ୍ଟ ଥିଲେ। ଅଭିଯୁକ୍ତ ପିତାଙ୍କୁ ଗିରଫ କରାଯାଇଛି ଏବଂ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us