କନକ ବ୍ୟୁରୋ: ୨୯ ବର୍ଷୀୟ ଜିମ୍ ଟ୍ରେନର ଗୌରବ ସିଂଘଲଙ୍କ ବିବାହ ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଛି । ହତ୍ୟା କରିଛନ୍ତି ଖୋଦ୍ ତାଙ୍କ ବାପା । ଅଭିଯୁକ୍ତ ବାପା ରଙ୍ଗଲାଲ ସିଂଘଲଙ୍କୁ ଜୟପୁରରୁ ଗିରଫ କରିଛି ପୋଲିସ । ଆଉ ଗିରଫ ହେବା ପରେ ହତ୍ୟାର କାରଣ ବଖାଣିଛନ୍ତି ଅଭିଯୁକ୍ତ ।
ବାପା ରଙ୍ଗଲାଲ ସିଂଘଲ କହିଛନ୍ତି, ମୁଁ ମୋ ପୁଅକୁ ଅନେକ ଦିନରୁ ହତ୍ୟା କରିବାକୁ ଚାହୁଁଥିଲି । ଏଥିପାଇଁ ଅନେକ ସୁପାରୀ ବି ଦେଇଥିଲି । ପୁଅ ମୋତେ ମାଡ ମାରିବା ସହ ଆନେକ ନିର୍ଯାତନା ଦେଉଥିଲା । ସେ ମୋତେ କେବେ ବାପା ବୋଲି ମାନିନାହିଁ । ତେଣୁ ତାକୁ ଜୀବନରୁ ମାରିବାକୁ ଚାହୁଁଥିଲି । ମୋ ସ୍ତ୍ରୀ ବି ଏସବୁକୁ ସମର୍ଥନ କରୁଥିଲା। ମୋ ପୁଅକୁ ମୁଁ ଭଲ ଭାବେ ଚିହ୍ନିଛି। ସେ ଯାହାକୁ ବିବାହ କରିଥାନ୍ତା ସେ ଝିଅର ଜୀବନ ନଷ୍ଟ ହୋଇଥାନ୍ତା । ତା’ ଆଗଗରୁ ମୁଁ ତାକୁ ଶେଷ କରିଦେଲି। ପୁଅକୁ ହତ୍ୟା କରିବାରେ ମୋର କୌଣସି ଅନୁତାପ ନାହିଁ । ମୋତେ ଯାହା ଦଣ୍ଡ ଦିଆଯିବ ମୁଁ ଗ୍ରହଣ କରିବି’ ।