ନାବାଳିକା ଝିଅ ନିଖୋଜ ପରେ ଅସହାୟ ବାପା, ୨୭ ତାରିଖରୁ ଖୋଜ୍ ଖବର ମିଳୁନଥିବାରୁ ବିଷ ପିଇ ଅସୁସ୍ଥ ବାପା

୨୭ ତାରିଖରୁ ଖୋଜ୍ ଖବର ମିଳୁନଥିବାରୁ ବିଷ ପିଇ ଅସୁସ୍ଥ ବାପା, ମେଡିକାଲରେ ଚାଲିଛି ଚିକିତ୍ସା

ନିଖୋଜ ଝିଅର ଅସହାୟ ବାପା

ନିଖୋଜ ଝିଅର ଅସହାୟ ବାପା Photograph: (KanakNews)

କନକ ବ୍ୟୁରୋ: ନାବାଳିକ ଝିଅ ନିଖୋଜ । ମେ ମାସ ୨୭ ତାରିଖରୁ ମିଳୁନି ଝିଅ ପତ୍ତା । ଏପଟେ ବିଷ ପିଇ ଅସୁସ୍ଥ ହୋଇପଡ଼ିଛନ୍ତି ବାପା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଗୋଗୁଆ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । ସ୍ଥାନୀୟ ଅଞ୍ଚଳରେ ଜନୈକା ନାବାଳିକାକୁ ସେହି ଅଞ୍ଚଳର ଜଣେ ଯୁବକ କେଉଁ ଆଡ଼େ ନେଇଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ସମ୍ପୃକ୍ତା ନାବାଳିକାଙ୍କ ବାପା ଗତ ମେ ମାସ ୨୭ ତାରିଖରେ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ । 

ତେବେ ଏ ପର୍ଯ୍ୟନ୍ତ ସମ୍ପୃକ୍ତା ନାବାଳିକା ଉଦ୍ଧାର ହୋଇ ନ ପାରିବା କାରଣରୁ ତାଙ୍କ ବାପା ଗତ ତିନିଦିନ ତଳେ ବିଷ ପିଇଦେଇଥିବା ସୂଚନା ମିଳିଛି ।ଗୁରୁତର ଅବସ୍ଥାରେ ନାବାଳିକାଙ୍କ ବାପାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ସେ ଏବେ ଗୁରୁତର ଅବସ୍ଥାରେ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତେବେ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ତାଙ୍କର ବାପାଙ୍କୁ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ଅଂଚଳବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe