କନକ ବ୍ୟୁରୋ: ଯାତ୍ରା ମଝିରେ ଆଖି ବୁଜିଲେ ବାପା, ତଥାପି ଷ୍ଟେଜରେ ପୁଅ କଲେ ଅଭିନୟ । ବାପା ମସାଣିକୁ ଯାଉଥିଲେ, ପୁଅ ଷ୍ଟେଜରେ ଅଭିନୟ କରୁଥିଲେ
ବାପା ସେପଟେ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ, ହେଲେ ପୁଅ କିନ୍ତୁ ମୁହଁରେ ପାଉଡର ମାରି ଷ୍ଟେଜରେ ଅଭିନୟ କରୁଥିଲା ।
ବଡମ୍ବା ବ୍ଲକର ମାଣିଆ ବନ୍ଧରେ ଯାତ୍ରା କୋଣାର୍କ ଗଣନାଟ୍ୟ ନିଜର ନାଟକ ପରିବେଷଣ କରୁଥିଲା। ହେଲେ ଏତିକି ବେଳେ କିନ୍ତୁ ହଠାତ୍ ଖବର ଆସିଲା, ନାଟକର ହିରୋ ଜିତୁଙ୍କର ନିଜ ବାପା ଆଉ ଏ ଦୁନିଆରେ ନାହାଁନ୍ତି । ତଥାପି ଜିତୁ କିନ୍ତୁ ନାଟକ ଛାଡ଼ି ଯାଇନଥିଲେ । ମୁହଁରେ ଠିକ୍ ସେମିତି ପାଉଡର ମାରିଥିଲେ ଆଉ ଷ୍ଟେଜ୍ ଉପରକୁ ଚଢ଼ିଯାଇଥିଲେ । ନାଟକ ଚାଲିଥିଲା ସାରା ରାତି...
ଜଣେ କଳାକାର ଭାବେ ନିଜର କାମ କରିଥିଲେ ଜିତୁ ଆଉ ପୁଅର କର୍ତ୍ତବ୍ୟ ପାଳନ କରିବାକୁ ସକାଳୁ ସକାଳୁ ଘରେ ପହଞ୍ଚିବା ସହ ବାପାଙ୍କ ଶେଷ ଦର୍ଶନ କରି ଫେରିଆସିଥିଲେ । ଦର୍ଶକ ବନ୍ଧୁ, ଆମେ ସମସ୍ତେ ପରିସ୍ଥିତିର ଦାସ ବୋଲି ତ ଆମେ ଜାଣିଛେ । ହେଲେ ଏମିତି ଦୁଃଖ ଭଗବାନ କୋଉ ପୁଅକୁ ନ ଦିଅନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/02/jatra-story-2025-09-02-12-56-56.jpg)