କନକ ବ୍ୟୁରୋ: ଧରାପଡିଲେ ବାପା ପୁଅ ଡକାୟତି ଗ୍ୟାଙ୍ଗ । ୨ ବର୍ଷ ପରେ ପୋଲିସ ହାତରେ ଧରାପଡିଛନ୍ତି ତିନି ଅଭିଯୁକ୍ତ । ବଲାଙ୍ଗୀର ସହରର ୩ ଟି ଥାନା ରୁ୧୧ ଟି ଘରୁ କରିଛନ୍ତି ଲୁଟ ।  ଗୋଟିର ଘରୁ ଏକ କୋଟିରୁ ଅଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟ ଘଟଣାରେ ସିନ ରିକ୍ରିଏସନ କରିଛି ପୋଲିସ । ବଲାଙ୍ଗୀରରେ ବାପା ଓ ଦୁଇ ପୁଅ ଡ଼କାୟତ ଗ୍ୟାଙ୍ଗକୁ ନେଇ ଏବେ ଚର୍ଚ୍ଚ। ।

Advertisment

ଗିରଫ ଲୁଟେରା ମାନେ ହେଉଛନ୍ତି ବାପା ଗଜପତି ସୁନା , ବଡ଼ପୁଅ ରବି ସୁନା ଓ ସାନ ପୁଅ ସୁଭମ ସୁନା । ତିନି ବାପା ପୁଅ ମିଶି  ବଲାଙ୍ଗୀର ଟାଉନ ଥାନାର ୭ ଟି ସ୍ଥାନ , ପୁଇଁନ୍ତଳା ଥାନା ର ୩ ଟି ଓ ଲକ୍ଷ୍ମୀଜୋର ଥାନା ର ୧ ସ୍ଥାନରେ ମୋଟ ୧୧ ଟି ସ୍ଥାନରୁ କଳାକନା ବୁଲାଇଥିଲେ।  ଗାନ୍ଧୀନଗର ପଡାରୁ ଘର ତାଲା ଭାଙ୍ଗି ସୁନା ଗହଣା ସହ ନଗଦ ଟଙ୍କା ଲୁଟିଥିଲେ। ୨୦୨୪ ଫେବ୍ରୃଆରୀ ମାସରେ ୧ କୋଟିରୁ ଅଧିକ ସୁନାଗହଣା ନେଇ ଫେରାର ମାରିଥିଲେ । ସିସିଟିଭି ଓ ଅତ୍ୟାଧୁନିକ ଫିଙ୍ଗର ପ୍ରିଣ୍ଟ ଚୋରଙ୍କୁ ଧରିବାରେ ସହାୟକ ହୋଇଛି ।  

ଅଧିକ ପଢନ୍ତୁ ;ଘର ଭାଙ୍ଗିଦେଲା ପ୍ରଶାସନ ; ଶୀତ କାକାରରେ ଖୋଲା ଆକାଶ ତଳେ ଜୀବନ କଟାଉଛନ୍ତି ଲୋକେ