କନକ ବ୍ୟୁରୋ: ପୁଣି ରକ୍ତ ରଞ୍ଜିତ ରାଜଧାନୀ । ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ । ଭରତପୁର ବନଦୁର୍ଗା ବସ୍ତିରେ ବୁଲିଲା ଖଣ୍ଡା I ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଯୁବକଙ୍କ ବଡ଼ ଭାଇ ପୁତୁରା I ଜୀବନ ବିକଳରେ ଦୌଡ଼ି ପଳାଇବାକୁ ଉଦ୍ୟମ କରି, ରାସ୍ତା ଉପରେ ଘୁଷୁଡ଼ି ପଡିଲେ ଯୁବକ I ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ନେଲେ ସ୍ଥାନୀୟ ଲୋକ I ଆକ୍ରମଣର ଶିକାର ଯୁବକ ହେଲେ ଅଶୋକ ମହାରଣା । ବଡ଼ ଭାଇ ସୂର୍ଯ୍ୟମଣି ମହାରଣା ଓ ମନୋଜ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିବା ଅଭିଯୋଗ ହୋଇଛି ।
ଖଣ୍ଡା ଚୋଟରେ ଅଶୋକଙ୍କ ମୁଣ୍ଡ ଓ ହାତରେ ସୃଷ୍ଟି ହୋଇଛି ଗଭୀର କ୍ଷତ। ଘର ଦଖଲକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ପିସିଆର ପହଞ୍ଚି, ସିସିଟିଭି ଫୁଟେଜର ଛାନଭିନ କରିଥିଲା । ଏହାପରେ ମୁଖ୍ୟ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ନେଇ ଯିବା ସମୟରେ ବିରୋଧ କରିଥିଲେ ସ୍ଥାନୀୟ ଲୋକ । ଏହାକୁ ନେଇ ପୋଲିସ ଓ ସ୍ଥାନୀୟ ଲୋକ ମୁଁହାମୁହିଁ ହୋଇଛନ୍ତି । ପିସିଆର ଗାଡ଼ିକୁ ସ୍ଥାନୀୟ ଲୋକ ଭାଙ୍ଗିଦେଇଥିବା ସୂଚନା ମିଳିଛି । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଭରତପୁର ଥାନାରୁ ଖଣ୍ଡଗିରି ଥାନାକୁ ସ୍ଥାନାନ୍ତର କରିଛି ।
ସେପଟେ ପୁଣି ରକ୍ତ ରଞ୍ଜିତ ରାଜଧାନୀ । ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ। ଭରତପୁର ବନଦୁର୍ଗା ବସ୍ତିରେ ବୁଲିଲା ଖଣ୍ଡା । ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଯୁବକଙ୍କ ବଡ଼ ଭାଇ ପୁତୁରା I ଜୀବନ ବିକଳରେ ଦୌଡ଼ି ପଳାଇବାକୁ ଉଦ୍ୟମ କରି, ରାସ୍ତା ଉପରେ ଘୁଷୁଡ଼ି ପଡିଲେ ଯୁବକ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ନେଲେ ସ୍ଥାନୀୟ ଲୋକ । ଆକ୍ରମଣର ଶିକାର ଯୁବକ ହେଲେ ଅଶୋକ ମହାରଣା । ବଡ଼ ଭାଇ ସୂର୍ଯ୍ୟମଣି ମହାରଣା ଓ ମନୋଜ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିବା ଅଭିଯୋଗ ହୋଇଛି ।