କନକ ବ୍ୟୁରୋ: ପିକ୍ଅପ୍ ଭ୍ୟାନ୍ ଧକ୍କାରେ ବାପା-ପୁଅ ମୃତ। ମା’ ଓ ଝିଅ ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ସହରରେ ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଭବାନୀପାଟଣାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ୨୬ ନମ୍ବର ରାଜ୍ୟ ରାଜପଥର ନର୍ଲା ସହରର ଦେହେଲି ଛକ ନିକଟରେ ରାମପୁର ପଟୁ ଆସୁଥିଲା ଆନ୍ଧ୍ର ପ୍ରଦେଶର ଏକ ପିକ୍ଅପ୍ ଭ୍ୟାନ୍। ତେବେ ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା ଏହି ପିକଅପ୍ ଭ୍ୟାନ ।
ଫଳରେ ବାଇକ୍ ଚଳାଉଥିବା ବାପା ଓ ପୁଅଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମା’ ଓ ଝିଅ ଗୁରୁତର ଆହତ ହୋଇ ପ୍ରଥମେ ନର୍ଲା ହସ୍ପିଟାଲ ଓ ପରେ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଛି । ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/22/accident-2025-09-22-16-13-35.jpg)