Father and Son Killed Photograph: (Kanak News)
କନକ ବ୍ୟୁରୋ : ଅଟୋକୁ ଧକ୍କା ଦେଲା କାର୍ । ଖୋର୍ଦ୍ଧା-ଜଟଣୀ ରାସ୍ତାର ନାଇଜର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ପାସେଞ୍ଜର ଅଟୋକୁ କାର୍ ଧକ୍କା ଦେବାରୁ ଅଟୋ ଚାଳକ ଓ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବ ସୂଚନା ମିଳିଛି । ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମାନଙ୍କୁ ଖୋର୍ଦ୍ଧା ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଜଟଣୀ ପୁଲିସ ପହଁଚି ଗାଡି ଦୁଇଟିକୁ ଜବତ କରି ଅଧିକ ତଦନ୍ତ କରୁଛି ।
ଅଧିକ ପଢ଼ନ୍ତୁ : ତିନିକୋଶିଆ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ, ୨ ଏକରରୁ ଅଧିକ ଜଙ୍ଗଲ ପାଉଁଶ
ସେପଟେ ଟ୍ରକ୍ ପଛରେ ପିଟିଲା ବାଇକ୍ । ଘଟଣାସ୍ଥଳରେ ବାପ ଓ ପୁଅ ମୃତ, ସ୍ତ୍ରୀ ଗୁରୁତର । କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ତେନ୍ତୁଳି ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ସଦର ଥାନା ଶୁଆକାଟି ଫାଣ୍ଡି ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ଟ୍ରକ୍ ଜବତ କରିଛି । ମୃତକ,ଏମଡ଼ି. ନୁର୍ ସୂଚନା । ସେ ତେନ୍ତୁଳି ଠାରେ ଏକ ଡ଼ାଇନାମୋ ମିସ୍ତ୍ରୀ ଦୋକାନ କରି ଚଳୁଥିଲେ ।
Follow Us