ପୁଅ ସନ୍ନ୍ୟାସୀ ହେବାରୁ ଜୀବନ ହାରିଲେ ବାପା-ମାଆ

Advertisment

ଗଞ୍ଜାମ ଜିଲ୍ଲା ବି.ତୁରୁବୁଡ଼ି ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଗାଁରେ ଅଭାବନୀୟ ଘଟଣା । ପୁଅ ଦୀକ୍ଷା ନେବା ପରେ ବିଷ ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ଏମ୍. ସୁଦୁର ଓ ତାଙ୍କ ପତ୍ନୀ ଏମ୍. କୁମାରୀ ।

ଗଞ୍ଜାମ ଜିଲ୍ଲା ବି.ତୁରୁବୁଡ଼ି ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଗାଁରେ ଅଭାବନୀୟ ଘଟଣା । ପୁଅ ଦୀକ୍ଷା ନେବା ପରେ ବିଷ ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ଏମ୍. ସୁଦୁର ଓ ତାଙ୍କ ପତ୍ନୀ ଏମ୍. କୁମାରୀ ।

lives

Photograph: (Kanak News)

କନକ ବ୍ୟୁରୋ : ପୁଅ ସନ୍ନ୍ୟାସୀ ହେବାରୁ ଜୀବନ ହାରିଲେ ବାପା-ମାଆ । ଗଞ୍ଜାମ ଜିଲ୍ଲା ବି.ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଗାଁରେ ଅଭାବନୀୟ ଘଟଣା। ଗାଁର ଏମ୍. ସୁଦୁର ଓ ତାଙ୍କ ପତ୍ନୀ ଏମ୍. କୁମାରୀଙ୍କ ପୁଅ ଏମ୍. ରଞ୍ଜନ ସନ୍ନ୍ୟାସୀ ଦୀକ୍ଷା ଗ୍ରହଣ କରିବା ନେଇ ଜିଦ ଧରି ବସିଥିଲେ । ତେବେ ବାପା-ମାଆ ଏହାକୁ ବାରମ୍ବାର ବିରୋଧ କରିଥିଲେ । ହେଲେ ହଠାତ ପୁଅ ରଞ୍ଜନ ସନ୍ନ୍ୟାସୀ ଭାବେ ଦୀକ୍ଷା ଗ୍ରହଣ କରିଥିଲେ । ଯାହାକୁ ସହିନପାରି ରଞ୍ଜନଙ୍କ ବାପା-ମାଆ ବିଷ ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe