କନକ ବ୍ୟୁରୋ: ପୁଣି ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ପ୍ରୟାଗରାଜରୁ କାନପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍ ସହ ଆଉ ଗୋଟିଏ ମାଲବାହୀ ଟ୍ରେନ୍ ଧକ୍କା ହୋଇଛି । ମିଳିଥିବା ସୂଚନା ମୁତାବକ, ମାଲବାହୀ ଟ୍ରେନ୍ ଲାଲ ସିଗନାଲରେ ଠିଆ ହୋଇଥିବା ବେଳେ, ପଛପଟୁ ଆସି ଆଉ ଗୋଟିଏ ଟ୍ରେନ୍ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ବେଳକୁ ମାଲବାହୀ ଟ୍ରେନର ଗାର୍ଡ ସୋନୁ ବର୍ମା ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ କିନ୍ତୁ ଆହତ ହୋଇଥିଲେ।
ମିଳିଥିବା ସୂଚନା ମୁତାବକ, ଭୋର ପ୍ରାୟ ସାଢେ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଆଉ ଏହାପରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଦୁର୍ଘଟଣା ନେଇ ସୂଚନା ମିଳିବା ପରେ, ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ । ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମାଲବାହୀ ଟ୍ରେନଟି ଲାଇନରେ ଠିଆ ହେଇଥିଲା । ଆଉ ସେହି ସମୟରେ ହିଁ ଦୁର୍ଘଟଣା ଘଟିଥିଲା ।