ଆମେରିକା ଓ ଇସ୍ରାଏଲ, ଇରାନ ବିରୋଧରେ ଏକ ମିଳିତ ଅଭିଯାନରେ ରାଜଧାନୀ ତେହେରାନର ୩୦ ଟି ଭିନ୍ନ ଭିନ୍ନ ସ୍ଥାନକୁ ଟାର୍ଗେଟ କରିଛନ୍ତି। ଏଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସରକାରୀ ବାସଭବନ ମଧ୍ୟ ଅନ୍ତର୍ଭୁକ୍ତ। ଇରାନୀ ଗଣମାଧ୍ୟମ ନିଶ୍ଚିତ କରିଛି ଖେମିନି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଇରାନ ଇସ୍ରାଏଲ ଉପରେ ତୁରନ୍ତ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଛି ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।
ଇସ୍ରାଏଲୀ ଓ ଆମେରିକୀୟ ଆକ୍ରମଣର ଜବାବରେ, ଇରାନ ଅପରେସନ ଫତହ-ଏ-ଖୈବର ଆରମ୍ଭ କରିଛି। ଏହି ଅପରେସନ ଅନ୍ତର୍ଗତ, ଇରାନ ଇସ୍ରାଏଲ ଏବଂ ଏହାର ଆମେରିକୀୟ ସହଯୋଗୀମାନଙ୍କ ଉପରେ ଆକ୍ରମଣ କରିବ। ତେଲ ଅଭିଭ ଉପରେ ଆକ୍ରମଣ କରି ତେହେରାନ ଏହି ଅପରେସନ ଆରମ୍ଭ କରିଥିଲା। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଅନୁଯାୟୀ, ଇରାନ ଏହାର ସହରଗୁଡ଼ିକ ବିରୁଦ୍ଧରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଫଳସ୍ୱରୂପ, ସମଗ୍ର ଇସ୍ରାଏଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଇରାନୀ ଅଧିକାରୀମାନେ ଘୋଷଣା କରିଛନ୍ତି ଯେ, ସେମାନେ ଇସ୍ରାଏଲର ଏକ ପ୍ରମୁଖ ବନ୍ଦର ସହର ଉପରେ ୭୦ ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି, ଏହି ଦାବି ଇସ୍ରାଏଲୀ ଗଣମାଧ୍ୟମ ଦ୍ୱାରା ନିଶ୍ଚିତ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନକୁ ଇରାନ ଉପରେ ପୂର୍ବ ଆକ୍ରମଣର ପ୍ରତିଶୋଧ ଭାବରେ ବର୍ଣ୍ଣନା କରାଯାଉଛି। ଇରାନ ସରକାରଙ୍କ ବିବୃତିରେ ଏହା ମଧ୍ୟ କୁହାଯାଇଛି, ଆମେ ଏବେ କଡ଼ା ଜବାବ ଦେବୁ। ଆମେରିକା ଏବଂ ଇସ୍ରାଏଲ ଗମ୍ଭୀର ପରିଣାମର ସମ୍ମୁଖୀନ ହେବେ। ବ୍ୟାପକ ଉତ୍ତେଜନା ମଧ୍ୟରେ, ସମଗ୍ର ଅଞ୍ଚଳରେ ସୁରକ୍ଷା ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି ଏବଂ ଅନେକ ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ସଜାଗ ଅଛନ୍ତି।
ମଧ୍ୟପ୍ରାଚ୍ୟରେ ୬ଟି ଦେଶରେ ଥିବା ଆମେରିକାର ୯ ଟି ସାମରିକ ଘାଟି ଉପରେ ଆକ୍ରମଣ ପାଇଁ ଇରାନ ଯୋଜନା କରିଥିବା କୁହାଯାଉଛି। ଏଭଳି ହେଲେ ଆମେରିକା ଘାଟିଥିବା ମଧ୍ୟପ୍ରାଚ୍ୟ ଦେଗୁଡ଼ିକ କୌଣସି ଦୋଷ ନକରି ମଧ୍ୟ ଇରାନର ରୋଷର ଶିକାର ହେବେ। ଇରାନ ବିରୋଧରେ ଇସ୍ରାଏଲ ନିଜର ଅଭିଯାନକୁ ଲାୟନ୍ସ ରୋର୍(ସିଂହର ଗର୍ଜନ) ନାମ ଦେଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମତାମତ ଅନୁସାରେ ଏହି ନାମଦିଆଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/28/iran-2026-02-28-15-21-55.jpg)