କନକ ବ୍ୟୁରୋ: ପିକ୍‌ଅପ୍ ଭ୍ୟାନ୍-ଟ୍ରକ୍‌ ଧକ୍କା, ୧୧ ମୃତ । ରାଜସ୍ଥାନର ଦୌସା ଜିଲ୍ଲାରେ ସଡ଼କ ଦୁର୍ଘଟଣା ଘଟିଛି । ସାଲାସାର ବାଲାଜୀ ମନ୍ଦିରରୁ ଫେରୁଥିବା ବେଳେ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ପିକ୍‌ଅପ୍ ଭ୍ୟାନ୍ ସହ ଟ୍ରକ ଧକ୍କା ହୋଇଛି । ପିକ୍‌ଅପ୍‌ ଭ୍ୟାନ୍ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା । ତେବେ ଭୋର ସାଢେ ୩ଟାରେ ପିକ୍‌ଅପ୍ ଭ୍ୟାନ୍‌ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ରାସ୍ତାରେ ଛିୁଡା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୧୧ ଜଣଙ୍କ ଜୀବନ ଚାଲିଯାଇଛି ।

Advertisment

ଏହା ସହ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଏବଂ ମହିଳା ରହିଛନ୍ତି । ୯ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସମସ୍ତେ ଖାତୁଶ୍ୟାମଜୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ସମସ୍ତ ଶ୍ରଦ୍ଧାଳୁ ୟୁପି ଇଟହ୍ଵାର ବୋଲି ପ୍ରାଥମିକ ସ୍ତରରେ ସୂଚନା ମିଳିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।