କନକ ବ୍ୟୁରୋ: ମହାରାଷ୍ଟ୍ରରେ ଗୋଦିୟାରେ ଶୁକ୍ରବାର ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଏଥିରେ ୧୨ ଲୋକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ବସ ଭଣ୍ଡାରାରୁ ଗୋଦିୟା ଆସୁଥିଲା । ପ୍ରତ୍ୟକ୍ଷଦର୍ଶିଙ୍କ ଅନୁସାରେ ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସ ଓଲଟିପଡିଛି । ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ । ଘଟଣା ପରେ ମହାରାଷ୍ଟ୍ର ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । 

Advertisment

ପୋଲିସ କହିଛି କି କିଛି ଯାତ୍ରୀଙ୍କ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟମାନେ ଗମ୍ଭୀର ଆହତ ହୋଇଛନ୍ତି । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସ ଡ୍ରାଇଭର ବସକୁ ମୋଡି ଦେଇଥିଲେ । ଦ୍ରୁତ ଗତିରେ ଆସୁଥିବାରୁ ବସ ଓଲଟିପଡିଥିଲା । ଦୁର୍ଘଟଣା ପରେ ବସ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।