କନକ ବ୍ୟୁରୋ: ସ୍ୱାସ୍ଥ୍ୟ ସେବା ନାଁରେ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚାଲିଛି ସାଙ୍ଘାତିକ ଖେଳ। ସୁସ୍ଥ ହେବାର ଆଶା ନେଇ ଆସୁଥିବା ରୋଗୀଙ୍କ ଯାଉଛି ଅକାଳରେ ଜୀବନ। ସବୁଠାରୁ ବେଶୀ ଯାଇଛି ସଦ୍ୟ ଜନ୍ମ ହେଇଥିବା ନିଷ୍ପାପ ଶିଶୁଙ୍କ ଜୀବନ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଲାଗିଛି କନକ ନ୍ୟୁଜ ହାତରେ। ଯାହାକୁ ଶୁଣିଲେ ଆପଣଙ୍କ ହୋସ ବି ଉଡିଯିବ ।
ହସ୍ପିଟାଲ ନା ମରଣଯନ୍ତା? 

ପ୍ରତି ୬ ଘଣ୍ଟାରେ ଯାଉଛି ଜଣଙ୍କ ଜୀବନ! 
୧୯୭ ଦିନରେ ୭୬୫ ଜଣ ରୋଗୀଙ୍କ ମୃତ୍ୟୁ 
ଜୀବନ ହାରିଛନ୍ତି ୪୯ ନିରୀହ ଶିଶୁ

ସ୍ୱାସ୍ଥ୍ୟ ସେବା ନାଁରେ ରୋଗୀଙ୍କ ସହ ସାଙ୍ଘାତିକ ଖେଳ ଖେଳୁଛି ରାଉରକେଲାର ଜୟପ୍ରକାଶ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟର। ସୂଚନା ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ,  ଏହି ହସ୍ପିଟାଲରେ ୧ ଜାନୁଆରୀ ୨୦୨୪ରୁ ୧୯ ଜୁଲାଇ ୨୪ ଭିତରେ ୭୬୫ ଜଣଙ୍କର ମୃତ୍ୟୁ ହୋଇଛି। ବଡ କଥା ହେଉଛି, ମୃତ ରୋଗୀଙ୍କ ମଧ୍ୟରେ ପ୍ରାୟ ୭୦% ଆଦିବାସୀ ରହିଛନ୍ତି। ଆଉ ମୃତ ରୋଗୀ ପ୍ରାୟ ସମସ୍ତେ ବିଏସ୍‌କେୱାଇ କାର୍ଡଧାରୀ କ୍ଷ ହସ୍ପିଟାଲର ଏଭଳି ତଥ୍ୟ ସାମନାକୁ ଆସିବା ପରେ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ। ସ୍ୱାସ୍ଥ୍ୟ ସେବା ନାଁରେ ଡାକ୍ତରଖାନାରେ ବୀମା ଭୁକ୍ତ ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ଅଭିଯୋଗ କରିଛନ୍ତି। 

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏବେ ବି ଚିକିତ୍ସିତ ହେଉଥିବ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ହେବାକୁ ପଡୁଛି ନାନା ହଇରାଣ। ଶୁଣନ୍ତୁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ପର୍କୀୟ କଣ କହୁଛନ୍ତି। 

ପ୍ରଶ୍ନ ଉଠୁଛି, ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ଥିଲେ ବି, କାହିଁକି ଜନ୍ମ ମୃତ୍ୟୁର ତଥ୍ୟ ମହାନଗର ନିଗମକୁ ନଦେଇ ବିରକେରା ଭଳି ଏକ ଛୋଟ ସିଏଚସିକୁ ଦେଉଛନ୍ତି ଜୟପ୍ରକାଶ ହସ୍ପିଟାଲ କର୍ତ୍ତୁପକ୍ଷ? ହସ୍ପିଟାଲରେ ଏତେ ସଂଖ୍ୟାରେ ରୋଗୀ ମୃତ୍ୟୁର କାରଣ କଣ?