କନକ ବ୍ୟୁରୋ : ମେଡିକାଲ ରିପୋର୍ଟ ଓ ସିଟିସ୍କାନ୍ ରିପୋର୍ଟରୁ ସନ୍ଦେହ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ବେଳେ ସାଂଘାତିକ ତ୍ରୁଟି ଅଭିଯୋଗ । ଅସ୍ତ୍ରୋପଚାର ପରେ ସାଂଘାତିକ ଯନ୍ତ୍ରଣା ଭୋଗୁଛନ୍ତି ମହିଳା । ମେଡିକାଲରୁ ଡିସଚାର୍ଜ ହୋଇ ଫେରିବା ପରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ମହିଳା । କଟକ ମାହାଙ୍ଗା ଅଂଚଳର ଜଣେ ମହିଳା ରାଣୀହାଟ ଜନନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ସାରି ଘରକୁ ଯିବା ପରେ ପୁଣି ଥରେ ଶରୀରରେ ଯନ୍ତ୍ରଣା ବଢିଥିଲା । ଏନେଇ ରାଜଧାନୀର ଏକ ଘରୋଇ ମେଡିକାଲରେ ସିଟି ସ୍କାନ କରାଇଥିଲେ । ମହିଳାଙ୍କର ମଳ ନଳୀରୁ ୩ ସେଣ୍ଟିମିଟର କାଟିଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା । ଘଟଣା ନେଇ ମହିଳା ଜଣକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗରେ ଡାକ୍ତରଙ୍କ ସମେତ ୫ ଜଣଙ୍କ ନାଁ ମଧ୍ୟ ଦର୍ଶଯାଇଛି । କଟକ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ଜଣାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
କଟକ ଜନନୀ ହସ୍ପିଟାଲରେ ଚିକିତ୍ସାବେଳେ ସାଂଘାତିକ ତ୍ରୁଟି ; ମହିଳାଙ୍କ ମଳ ନଳୀ କାଟି ଦେଇଥିବା ଅଭିଯୋଗ
ଚିକିତ୍ସା ସାରି ଘରକୁ ଯିବା ପରେ ପୁଣି ଥରେ ଶରୀରରେ ଯନ୍ତ୍ରଣା ବଢିଥିଲା । ଏନେଇ ରାଜଧାନୀର ଏକ ଘରୋଇ ମେଡିକାଲରେ ସିଟି ସ୍କାନ କରାଇଥିଲେ । ମହିଳାଙ୍କର ମଳ ନଳୀରୁ ୩ ସେଣ୍ଟିମିଟର କାଟିଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା ।
/kanak/media/media_files/2025/06/07/JaIplOtck8Ta1J7Ot6KR.jpg)