କନକ ବ୍ୟୁରୋ: ଆଜିକା ଦିନରେ ଓଜନ କମାଇବାକୁ ଅନେକ ବାଟ ବାଛୁଛନ୍ତି ଯୁବପିଢ଼ି । ବେଶି ଟ୍ରେଣ୍ଡରେ ଅଛି ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ ।ଏହାର ଅର୍ଥ ଦିନର ୨୪ ଘଣ୍ଟାରୁ ନିର୍ଦ୍ଦିଷ୍ଟ ସମୟ ଯାଏଁ ଉପାସ ରହିବା ଏବଂ ବାକି ସମୟ ଭିତରେ ଖାଦ୍ୟ ଖାଇବା । ଏହାର କିଛି ସୁଫଳ ଥିଲେ ବି କିଛି ଖରାପ ପ୍ରଭାବ ବି ରହିଛି , ଯାହା ଜାଣିବା ନିହାତି ଜରୁରି ।
ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗର ଚଳଣୀ ଆଜିକାଲି ବଢ଼ିଚାଲିଛି । ଫିଟ୍ ବଡ଼ି ଓ ଭଲ ସ୍ବାସ୍ଥ୍ୟ ପାଇଁ ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗର ସାହାଯ୍ୟ ନେଉଛନ୍ତି । ଏଥିରୁ ଓଜନ ତ କମିଥାଏ ରକ୍ତଚାପ ବି ନିୟନ୍ତ୍ରଣରେ ରୁହେ । ଅନ୍ୟପଟେ ଏହାର ଏକାଧିକ ନକାରାତ୍ମକ ପରିଣାମ ବି ରହିଛି ଯାହା ସର୍ଭେରୁ ଜଣାପଡ଼ିଛି ।
ପ୍ରଥମ କଥା ହେଉଛି ଆପଣ ଯଦି ଓଜନ କମାଇବା ଲକ୍ଷ୍ୟରେ ଉପବାସ କରିବାକୁ ଚାହୁଛନ୍ତି ତାହେଲେ ଆପଣଙ୍କୁ ସ୍ବାସ୍ଥ୍ୟ ବିଶେଷଜ୍ଞ ବା ଡାଏଟିସିଆନଙ୍କ ସହ ପରାମର୍ଶ କରିବା ଜରୁରି । ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗରେ ଟାଇମ୍ ପ୍ୟାଟର୍ଣ୍ଣ ବା ନିର୍ଦ୍ଧାରିତ ସମୟ ଧାର୍ଯ୍ୟ କରାଯାଏ । ନିକଟରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି, ଏଥିରେ ୧୬ ଘଣ୍ଟା ଉପାସ ରହିବାକୁ ପଡ଼େ । କେହି କେହି ୧୨ ଘଣ୍ଟା ଉପାସ ରହିବା ସହ ଅନ୍ୟ ୧୨ ଘଣ୍ଟା ଭିତରେ ଯାହା ଖାଇଥାନ୍ତି । ଆଉ କେହି ୧୦ ଘଣ୍ଟା ଉପାସ ରୁହନ୍ତି । ତେଣୁ ଏହି ଉପାସକୁ ୧୬:୮ ପ୍ୟାଟର୍ଣ୍ଣ କୁହାଯାଏ କିନ୍ତୁ ଏହା ହାର୍ଟ ଉପରେ ପ୍ରଭାବ ପକାଏ , ହାର୍ଟ ସମ୍ପର୍କୀତ ସମସ୍ୟା ବଢ଼ିଥାଏ । ଏହାସହ କ୍ୟାନ୍ସର ଓ ଅନ୍ୟ ଘାତକ ରୋଗର କାରଣ ହୋଇପାରେ । ଏଥିରେ ମଧୁମେହ ସମସ୍ୟା ଥିବା ଲୋକଙ୍କ ପାଇଁ ଆଦୌ ଗ୍ରହଣୀୟ ନୁହେଁ ।
ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ଉପାସ କଲେ ହେଉଥିବା ସମସ୍ୟା:
ଚିଡ଼ଚିଡ଼ାପଣ ଅନୁଭବ ହେବା
ମୁଣ୍ଡ ବିନ୍ଧା
ଶରୀରରେ ପୋଷଣର ଅଭାବ
ଅଧିକ ଭୋଗ ଲାଗିବା
ହାଲିଆ ଲାଗିବା
ତଥାପି ଯଦି ଆପଣ ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ କରିବାକୁ ଚାହୁଛନ୍ତି ତେବେ ପ୍ରଥମେ ଏକ୍ସପର୍ଟଙ୍କ ସହ ପରାମର୍ଶ କରନ୍ତୁ ଏବଂ ନିଜ ପୋଷଣଯୁକ୍ତ ଖାଦ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ । ଫଳ, ସବୁଜ ପନିପରିବା, ସାଗୁ ପରି ପୋଷଣଯୁକ୍ତ ଖାଦ୍ୟ ଖାଆନ୍ତୁ । ଯଦି ଦେହରେ କିଛି ଅସହଜ ଅନୁଭବ କରନ୍ତୁ ତାହେଲେ ତୁରନ୍ତ ଉପବାସ ବନ୍ଦ କରନ୍ତୁ । କହିବାର ଅର୍ଥ ଓଜନ କମାଇବା ବଦଳରେ ଯେପରି କିଛି କ୍ଷତି ନହୁଏ ତାକୁ ଦୃଷ୍ଟିରେ ରଖନ୍ତୁ , ନିଜ ଶରୀରକୁ ଚାହିଁ ଉପବାସ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/09/11/73-2025-09-11-08-50-50.jpg)