କନକ ବ୍ୟୁରୋ : ଝାରସୁଗୁଡା ବୁଢ଼ିପଦର ସ୍ଥିତ ଓଡିଶା ମେଟାଲିକ୍ସ ବିରୁଦ୍ଧରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି । କମ୍ପାନି ତାର ବର୍ଜ୍ୟ ପାଣି ସିଧାସଳଖ କହ୍ନେଇ ନାଳ କୁ ଛାଡୁ ଥିବା ଅଭିଯୋଗ ହୋଇଛି । ଫଳରେ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡ଼ିଛି । ଲୋକଙ୍କ ଅଭିଯୋଗକୁ ବି ପ୍ରଶାସନ କି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେହି ଶୁଣୁନାହାନ୍ତି । କମ୍ପାନିର ସି ଗେଟରୁ ବେଚଲର କ୍ୱାର୍ଟର୍ସ ମଧ୍ୟରେ ଏକ ଡ୍ରେନ୍ ନିର୍ମାଣ କରାଯାଇଛି । ଏହି ଡ୍ରେନ୍ ଆସି ମରାକୁଟା-ବୁଢ଼ୀପଦର ରାସ୍ତାରେ କହ୍ନେଇ ନାଳାରେ ମିଶୁଛି । ଫଳରେ ସଂପୃକ୍ତ ଅଂଚଳର ଲୋକଙ୍କ ପାଇଁ ରହିଥିବା ନାଳରେ ମିଶି ସମସ୍ତ ପାଣିକୁ ପ୍ରଦୂଷିତ କରୁଛି । କେବଳ ଏହି ଗୋଟିଏ ସ୍ଥାନ ନୁହେଁ ବରଂ କମ୍ପାନି ଏକାଧିକ ସ୍ଥାନରୁ ଏଭଳି ବର୍ଜ୍ୟ ଜଳ ନାଳକୁ ଛାଡ଼ି ଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
କହ୍ନେଇ ନାଳରେ ଦୂଷିତ ପାଣି ଛାଡିବା ଦ୍ୱାରା ଏହି ପାଣି ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ଏମିତିକି ଗାଈ ଗୋରୁ ମଧ୍ୟ ଏହି ପାଣି ପିଇ ପ୍ରାଣ ହରାଉଥିବା ଅଭିଯୋଗ ହୋଇଛି । ଜମେରା ମରାକୁଟା ଗ୍ରାମବାସୀ ଙ୍କ ମୁଖ୍ୟ ଜୀବନଧାରା ଥିବା ଏହି କହ୍ନେଇ ନାଳ ବର୍ତ୍ତମାନ ଦୂଷିତ ହେବା ଦ୍ୱାରା ଚାଷ ମଧ୍ୟ କ୍ଷତି ହେଉଛି । ଏ ନେଇ ବାରାମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ କିଛି ଫଳ ମିଳୁନାହିଁ । ଅନ୍ୟପଟେ ଏ ନେଇ କମ୍ପାନି ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ଜିଲ୍ଲା ପ୍ରଶାସନ ଏଦିଗରେ କାହିଁକି କଠୋର ପଦକ୍ଷେପ ଗ୍ରହଣ କରୁନି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/11/7pm4-2025-10-11-19-47-42.jpg)