କନକବ୍ୟୁରୋ : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ମେଡିକାଲ ବାହାରେ ଅପେକ୍ଷା କରିଛନ୍ତି ରୋଗୀ । ଭିତରେ ଶୋଇଛନ୍ତି ଡାକ୍ତର । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପିଏଚସିରେ କାର୍ଯ୍ୟରତ ଡାକ୍ତର ସୁବ୍ରତ ସାହୁ ଡ୍ୟୁଟି ସମୟରେ କାମ ନକରି, ରୋଗୀଙ୍କୁ ଅବହେଳା କରିଥିବା ଅଭିଯୋଗ ହୋଇଛି । ରୋଗୀ ଚିକିତ୍ସା ପାଇଁ ବାହାରେ ଅପେକ୍ଷା କରୁଥିବା ସତ୍ୱେ, ଡାକ୍ତର ତାଙ୍କ ଚ୍ୟାମ୍ବରରେ ଶୋଇଥିଲେ । ଯାହାକୁ ନେଇ ବେଲପଡ଼ା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଯ୍ୟଧନ କୁମ୍ଭାର ଡାକ୍ତରଖାନାରେ ପହଂଚି ଡାକ୍ତରଙ୍କ ଯୁକ୍ତିତର୍କ କରିଛନ୍ତି । ଯାହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ସରମୁହାନ ଗ୍ରାମପଞ୍ଚାୟତରୁ ଜଣେ ରୋଗୀଙ୍କ ଫୋନ ପାଇ,  ଉପାଧ୍ୟକ୍ଷ ଡାକ୍ତରଖାନାରେ ପହଞ୍ଚିଥିଲେ ।

Advertisment

ଡ଼ାକ୍ତରଖାନାରେ ଡାକ୍ତର କି ଅନ୍ୟକେହି କର୍ମଚାରୀ ନଥିଲେ । ଏପରିକି ରେଜିଷ୍ଟେସନ କରୁଥିଲେ ଜଣେ ସିକ୍ୟୁରିଟି । ଏମିତିକା ଔଷଧ ଦେବାକୁ ଡାକ୍ତରଖାନା କେହି ନଥିବାରୁ ବହୁ ଗୁରୁତର ରୋଗୀ ମାନେ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ତେବେ ଉପାଧ୍ୟକ୍ଷ ପହଂଚି ଡାକ୍ତରଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଡାକ୍ତର ଜଣକ ସରକାରୀ ସିଷ୍ଟମ୍ କୁ ଭୁଲ ଅଛି ବୋଲି ଉପାଧ୍ୟକ୍ଷଙ୍କୁ କହି କଟାକ୍ଷ କରିଥିଲେ । ଘଟଣାର ସମସ୍ତ ଭିଡିଓ ପ୍ରମାଣ ଓ ତଥ୍ୟ ତାଙ୍କ ପାଖରେ ଅଛି, ଏହାର ଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।