କନକବ୍ୟୁରୋ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ-ଟ୍ରକ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତିନିଜଣ ଯୁବକ ଗୋଟିଏ ବାଇକରେ ଚରମ୍ପାରୁ ଭଦ୍ରକ ଆସୁଥିବା ସମୟରେ ଟ୍ରକକୁ ଧକ୍କା ଦେଇଥିଲେ ।
ଘଟଣା ସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଘଟଣା ସ୍ଥଳରୁ ଫେରାର ଅଛନ୍ତି । ଟାଉନ ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ଶିବ ସୁନ୍ଦର ମହାପାତ୍ର ଓ ସୌରଭ ମିଶ୍ର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/gK0KvoogUzfRZFkxhg0I.jpg)