ଜଟଣିରେ ଜଳିଗଲା ଫାଷ୍ଟଫୁଡ୍ ଦୋକାନ, ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ

ନିଆଁ ଲାଗିଥିବାର ଖବର ପାଇଁ ଘଟଣା ସ୍ଥଳରେ ଜଟଣି ଅଗ୍ନିସମ ବଭାଗ ପହଂଚିଥିଲା । ନିଆଁକୁ ଆୟତ କରିବାରେ ଅଗ୍ନିସମ ବିଭାଗ ସଫଳ ହୋଇଛି ।

33

କନକ ବ୍ୟୁରୋ : ଖୋର୍ଦ୍ଧା ଜଟଣିରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି । ନିଆଁ ଲାଗିଥିବାର ଖବର ପାଇଁ ଘଟଣା ସ୍ଥଳରେ ଜଟଣି ଅଗ୍ନିସମ ବଭାଗ ପହଂଚିଥିଲା । ନିଆଁକୁ ଆୟତ କରିବାରେ ଅଗ୍ନିସମ ବିଭାଗ ସଫଳ ହୋଇଛି । ଦୋକାନରେ ଥିବା ସିଲିଣ୍ଡର ବିସ୍ଫୋରଣ ହେବା ପୂର୍ବରୁ ଅଗ୍ନିସମ ବିଭାଗ ନିଆଁକୁ ଆୟତ କରିନେଇଥିବାରୁ ପାଖ ଦୋକାନଗୁଡିକ ରକ୍ଷା ପାଇଛି । ହେଲେ ଦୋକାନରେ କିଭଳି ନିଆଁ ଲାଗିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe