ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ନୁହେଁ, ପାକିସ୍ତାନର ‘ଫୁଲ୍ ଆଣ୍ଡ ଫାଇନାଲ୍’ ହିସାବ ଜରୁରି; ପହଲଗାମ୍ ଆକ୍ରମଣକୁ ନେଇ ଏମିତି କହିଲେ ଫାରୁକ୍ ଅବଦୁଲ୍ଲା

ପହଲଗାମ୍ ଆକ୍ରମଣକୁ ନେଇ ଏବେ ସାରା ଭାରତ ଛାତିରେ ନିଆଁ ଜଳୁଛି । ପାକିସ୍ତାନକୁ ପାନେ ଦେବାକୁ ଲୋକମାନେ ଦାବି କରୁଥିବାବେଳେ, ଏବେ କାଶ୍ମିରୀ ନେତା ମଧ୍ୟ ପାକିସ୍ତାନ ଉପରେ ବର୍ଷିଛନ୍ତି

farooq abdullah slams pakista

farooq abdullah slams pakista Photograph: (KanakNews )

କନକ ବ୍ୟୁରୋ: ପହଲଗାମ୍ ଆକ୍ରମଣକୁ ନେଇ ଏବେ ସାରା ଭାରତ ଛାତିରେ ନିଆଁ ଜଳୁଛି । ପାକିସ୍ତାନକୁ ପାନେ ଦେବାକୁ ଲୋକମାନେ ଦାବି କରୁଥିବାବେଳେ, ଏବେ କାଶ୍ମୀରୀ ନେତା ମଧ୍ୟ ପାକିସ୍ତାନ ଉପରେ ବର୍ଷିଛନ୍ତି । ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ନେତା ଫାରୁକ୍ ଅବଦୁଲ୍ଲା ଏହି ଘଟଣାରେ ପାକିସ୍ତାନର ନିନ୍ଦା କରିବା ସହିତ, ପାକିସ୍ତାନ ସହ ଏନେଇ ଆଲୋଚନା ନକରିବାକୁ ସିଧା ସିଧା କହିଛନ୍ତି । ଏହାସହ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଭଳି ନୁହେଁ ବରଂ ପାକିସ୍ତାନର ପୂରାପୂରି ହିସାବ କରିବାକୁ କହି ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଫାରୁକ୍ ।

ଫାରୁକ୍ କହିଛନ୍ତି ଯେ, ପାକିସ୍ତାନ ମାନବତାର ହତ୍ୟା କରିଛି । ଭାରତ ୧୯୪୭ ମସିହାରେ ହିଁ ଦୁଇ-ରାଷ୍ଟ୍ର ତତ୍ତ୍ୱକୁ ପ୍ରତ୍ୟାଖ୍ୟାନ କରିଥିଲା ଏବଂ ଆଜି ମଧ୍ୟ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ, କାରଣ ଭାରତରେ ହିନ୍ଦୁ, ମୁସଲମାନ, ଶିଖ୍, ଖ୍ରୀଷ୍ଟିଆନ ସମସ୍ତେ ଏକ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ପଡ଼ୋଶୀ ଏବେ ବି ବୁଝିପାରୁନାହାଁନ୍ତି ଯେ, ସେ ମାନବତାକୁ ହତ୍ୟା କରିଛନ୍ତି । ଯଦି ସେ ଭାବୁଛନ୍ତି ଯେ, ଏହି କାରଣରୁ ଆମେ ପାକିସ୍ତାନ ଯିବୁ, ତେବେ ତାଙ୍କର ଏ ଭୁଲ ବୁଝାମଣା ଦୂର ହେବା ଉଚିତ ।

ଫାରୁକ୍ ଅବଦୁଲ୍ଲାଙ୍କ ପାକିସ୍ତାନକୁ ଟାର୍ଗେଟ୍ ଏତିକିରେ ରହିନି,  ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଆମେ ୧୯୪୭ ମସିହାରେ ସେମାନଙ୍କ ସହିତ ଯାଇ ନଥିଲୁ, ଆଜି କାହିଁକି ଯିବୁ? ଆମେ ସେତେବେଳେ ଦୁଇ-ରାଷ୍ଟ୍ର ତତ୍ତ୍ୱକୁ ପାଣିରେ ଫିଙ୍ଗି ଦେଇଥିଲୁ ଏବଂ ଆଜି ମଧ୍ୟ ଆମେ ଦୁଇ-ରାଷ୍ଟ୍ର ତତ୍ତ୍ୱକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ହିନ୍ଦୁ, ମୁସଲିମ, ଶିଖ, ଖ୍ରୀଷ୍ଟିଆନ, ଆମେ ଯାହା ହେଉନା କାହିଁକି, ଆମେ ସମସ୍ତେ ଏକ । ସେମାନେ ଭାବନ୍ତି ଯେ, ଏହା ଆମକୁ ଦୁର୍ବଳ କରିଦେବ । ଏହାଦ୍ୱାରା ଆମେ ଦୁର୍ବଳ ହେବୁ ନାହିଁ । ଏହା ଯୋଗୁଁ ଆମେ ଅଧିକ ଶକ୍ତିଶାଳୀ ହେଉଛୁ ଏବଂ ସେମାନଙ୍କୁ ଏକ ଭଲ ଜବାବ ଦେବୁ ।  

ଅନ୍ୟପଟେ ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନକୁ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ନୁହେଁ ବରଂ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଯାହାଦ୍ୱାରା କି ପାକିସ୍ତାନ ଏଭଳି ଘଟଣାର ପୁନରାବୃତ୍ତି କରିବା ସମୟରେ ଆଉ ଥରେ ଚିନ୍ତା କରିବ ବୋଲି କହିଛନ୍ତି ଫାରୁକ୍ ଅବଦୁଲ୍ଲା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe