କମିଲା ପାଣି, ବଢିଲା ଲୋକଙ୍କ ସମସ୍ୟା । ପାଣିରେ ବୁଡ଼ି ରହିଛି ହେକ୍ଟର ହେକ୍ଟର ଚାଷ ଜମି

Advertisment

ପାଣିରେ ବୁଡ଼ିଲା ଜୀବନ ଜୀବିକା । ଚାଷ ଜମିରେ ଲହଡ଼ି ମାରୁଛି ବର୍ଷା ପାଣି । ସୁବର୍ଣ୍ଣରେଖା ବନ୍ୟା ପ୍ରଭାବରେ ପାଣି ଭିତରେ ବୁଡ଼ି ରହିଛି ଶହ ହେକ୍ଟରର ଧାନ ଚାଷ ଜମି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

ପାଣିରେ ବୁଡ଼ିଲା ଜୀବନ ଜୀବିକା । ଚାଷ ଜମିରେ ଲହଡ଼ି ମାରୁଛି ବର୍ଷା ପାଣି । ସୁବର୍ଣ୍ଣରେଖା ବନ୍ୟା ପ୍ରଭାବରେ ପାଣି ଭିତରେ ବୁଡ଼ି ରହିଛି ଶହ ହେକ୍ଟରର ଧାନ ଚାଷ ଜମି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

32g

କନକ ବ୍ୟୁରୋ : ପାଣିରେ ବୁଡ଼ିଲା ଜୀବନ ଜୀବିକା । ଚାଷ ଜମିରେ ଲହଡ଼ି ମାରୁଛି ବର୍ଷା ପାଣି । ସୁବର୍ଣ୍ଣରେଖା ବନ୍ୟା ପ୍ରଭାବରେ ପାଣି ଭିତରେ ବୁଡ଼ି ରହିଛି ଶହ ହେକ୍ଟରର ଧାନ ଚାଷ ଜମି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଏହି ବ୍ଳକ ସମୁଦ୍ର ଓ ନଦୀ କୁଳିଆ ଅଞ୍ଚଳ ହୋଇଥିବାରୁ ଏଠାରେ ୮୦% ଧାନ ଚାଷ କରି ପରିବାର ପ୍ରତି ପୋଷଣ କରନ୍ତି । ଏବେ ସବୁଜିମାରେ ଭରିଥିବା ଧାନ କ୍ଷେତକୁ ବନ୍ୟା ପାଣି ଉଜାଡି ଦେଇଛି । 

ବନ୍ୟା ପାଣିରେ ବୁଡ଼ି ରହିଛି  ଶହ ଶହ ଏକର ଚାଷଜମି । ଭୋଗରାଇ ବ୍ଲକର ଆରୁହାବର୍ତ୍ତୀ, କୁମ୍ଭୀରଗଡି, ନାଛିଣ୍ଡା, ନହରା଼, ଖରିଦ ପିପଲ, କୁସୁଡା ଦାରୁହା ଓ ନାରାୟଣ ମହାନ୍ତି ପଡିଆ ପଂଚାୟତର ଚାଷଜମି ପାଣିରେ ବୁଡି ନଷ୍ଟ ହୋଇଯାଇଛି । ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ଏବେ ଚାଷୀଙ୍କ ଫସଲ ନଷ୍ଟ ହୋଇଛି । ସେବା ସମବାୟ ସମିତି ଓ ବ୍ୟାଙ୍କରୁ ଋଣ ଏବଂ ହାତ ଉଧାରି ଆଣି ଚାଷ କରୁଥିବା ବେଳେ  ଋଣ କେମିତି ପରିଶୋଧ କରିବେ ତାକୁ ନେଇ ଚିନ୍ତାରେ ଚାଷୀ ପରିବାର । ବନ୍ୟା ପ୍ରଭାବରେ ଚାଷୀଙ୍କ ୬୦ ଭାଗ ଫସଲ ନଷ୍ଟ ହୋଇଥିବା ସେମାନେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe