ବର୍ଷାର ଅଭାବ ପାଇଁ ଚାଷ କାମ ପ୍ରଭାବିତ: ସମ୍ବଲପୁର କୁଚିଣ୍ଡା ଅଞ୍ଚଳରେ ଜମି ଫାଟି ଆଁ

ଚାଷ ଜମିକୁ ପାଣି ନ ଯିବା ନେଇ ଆଜି ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ସମ୍ମୁଖରେ ଧାରଣା ଦେଇଛନ୍ତି ଚାଷୀ। ସଇଡା, ପତ୍ରାପାଲି, ପରୁଆଭାଡି, ଖଣ୍ଡୋକଟା, ସିଙ୍କଲପୋଷ ଆଦି ଗାଁ ଚାଷୀମାନେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

17

Photograph: (kanak news)

କନକ ବ୍ୟୁରୋ: ବର୍ଷା ଅଭାବ ଜମି ଫାଟି ଆଁ। ଜମିକୁ ଜଳଯୋଗାଣ ଦାବି। ଉଠାଜଳସେଚନ ପ୍ରକଳ୍ପ ସମ୍ମୁଖରେ ଚାଷୀଙ୍କ ଧାରଣା। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ବର୍ଷା ଅଭାବ ଯୋଗୁଁ ଚାଷ ଜମି ଫାଟି ଆଁ କରିଛି। ଚାଷ ଜମିକୁ ପାଣି ନ ଯିବା ନେଇ ଆଜି ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ସମ୍ମୁଖରେ ଧାରଣା ଦେଇଛନ୍ତି ଚାଷୀ। ସଇଡା, ପତ୍ରାପାଲି, ପରୁଆଭାଡି, ଖଣ୍ଡୋକଟା, ସିଙ୍କଲପୋଷ ଆଦି ଗାଁ ଚାଷୀମାନେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଚାଷୀ ଙ୍କ ଗୋଟିଏ ଦାବି ଜମି କୁ ତୁରନ୍ତ ଜଳ ଯୋଗାଣ କରାଯାଉ। ନଚେତ ଫସଲ ନଷ୍ଟ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe